Masthead

ଚାନ୍ଦବାଲି ଅବକାରୀ ବିଭାଗ ଅଫିସରେ ତାଲା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଚାନ୍ଦବାଲି ବ୍ଲକରେ ଚୋରା ମଦ କାରବାର ବଢିବାରେ ଲାଗିଛି । ସେପଟେ ଅବକାରୀ ବିଭାଗ ଅଫିସରେ ପଡିଛି ତାଲା । ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ୱର, ମୋତୋ, ଅଞ୍ଚଳରେ ପାନ ଦୋକାନ ପାଖରୁ ଆରମ୍ଭ କରି ସମସ୍ତ ଛକରେ ଦେଖିବାକୁ ମିଳୁଛି ଚୋରା ମଦ କାରବାର। ସମସ୍ତ ସରକାରୀ ମଦ ଦୋକାନ ଅବକାରୀ ବିଭାଗକୁ ହାତ ବାରିଶି କରି ଖୁଲମ ଖୁଲା ଚୋରା ମଦ କାରବାର କରୁଥିବା ଅଭିଯୋଗ ହୋଇଛି। ଅବକାରୀ ନିୟମକୁ ପାଳନ କରୁ ନାହାନ୍ତି ସମସ୍ତ ସରକାରୀ ମଦ ଦୋକାନ ମାଲିକ ମାନେ। ମଦର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମରେ ମଦବିକ୍ରି କରିବା, ଚୋରାରେ ମଦ ଅଧିକ ପରିମାଣରେ ବିକ୍ରି କରିବା ଏବଂ ସରକାରଙ୍କୁ ଜିଏସଟି ଟିକସ ଠକିବା ପାଇଁ ଅନଲାଇନ ବ୍ୟବସ୍ଥା ବନ୍ଦ କରୁଥିବା ଦେଖିବାକୁ ମିଳୁଛି। ଏନେଇ ଚାନ୍ଦବାଲି ଏବଂ ଘଣ୍ଟେଶ୍ୱର ଅଞ୍ଚଳରେ ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି । କିନ୍ତୁ ଅବକାରୀ ବିଭାଗ ଏଠାରେ ନିରବ । ଆଗାମୀ ଦିନରେ ଏହାର ତଦନ୍ତ କରାଯାଇ ସମାଧାନ କରା ନଗଲେ ସମସ୍ତ ସରକାରୀ ମଦ ଦୋକାନରେ ତାଲା ଝୁଲିବା ପାଇଁ ଚେତାବନୀ ଦେଇଛନ୍ତି ବୁଦ୍ଧିଜୀବି ମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା