Masthead

କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଝଟକା, ତତ୍କାଳ ଶୁଣାଣି ପାଇଁ ମନା କଲେ ହାଇକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି। ଇଡି ଗିରଫଦାରୀ ମାମଲାରେ ତକ୍ରାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନମୋହନଙ୍କ କୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି କରାଯାଇପାରିବ ନାହିଁ ବୋଲି କୁହାଯାଇଛି । ଗିରଫଦାରୀ ଏବଂ ରିମାଣ୍ଡକୁ ବେଆଇନ କହିବା ସହ ତୁରନ୍ତ ହାଜତରୁ ମୁକ୍ତ ହେବାର ଅଧିକାର ଥିବା ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ ।

ମାମଲାରେ ଶନିବାର ସନ୍ଧ୍ୟା କିମ୍ବା ରବିବାର ସକାଳେ ଶୁଣାଣି କରିବାକୁ ଆବେଦନ ହୋଇଥିଲା । କିନ୍ତୁ ହାଇକୋର୍ଟ ତତକାଳ ଶୁଣାଣି ପାଇଁ ମନା କରିବା ପରେ ଏବେ ମାର୍ଚ୍ଚ ୨୭ ତାରିଖ ପରେ ହିଁ ଏହି ମାମଲାର ଶୁଣାଣି କରାଯିବ । ଅବକାରୀ ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ୧୦ ଦିନ ରିମାଣ୍ଡ ଆବେଦନ କରାଯାଇିଲେ ବି ୬ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ମାର୍ଚ୍ଚ ୨୮ ତାରିଖ ଦିନ ୨ଟାରେ କେଜ୍ରିୱାଲଙ୍କୁ ପୁଣି କୋର୍ଟରେ ହାଜର କରିବ ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ