Masthead

କୋଲକାତାକୁ ୧୮ ରନରେ ମାତ୍ ଦେଲା ଦିଲ୍ଲୀ

ଶାରଜା (ବଡ଼ ଖବର ବ୍ୟୁରୋ) : କୋଲକାତା ନାଇଟ୍‌ ରାଇଡର୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ ପରାସ୍ତ କରିଛି। ଦିଲ୍ଲୀର ଯୁବ ବାହିନୀଙ୍କ ଲଢ଼ୁଆ ଇନିଂସ୍‌ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ଆଗରେ ବିଶାଳ ୨୨୯ ରନ୍‌ର ଟାର୍ଗେଟ ରଖିଥିଲା। ଏହାର ମୁକାବିଲା କରିବାକୁ ଯାଇ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍‌ କରିପାରିଥିଲା।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସର ୩ ଯୁବ ତାରକା କମାଲ କରିଥିଲେ। ବିଶେଷ କରି ଅଧିନାୟକ ଶ୍ରେୟସ ଆୟର ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ଶ୍ରେୟସ ଆୟର ଅପରାଜିତ ୮୮ ରନ୍‌ କରିଥିବା ବେଳେ ଋଷଭ ପନ୍ତ ୧୭ ବଲରେ ୩୮ ଓ ପୃଥ୍ୱୀ ଶ’ ୪୧ ବଲରେ ୬୬ ରନ୍‌ ରନ୍‌ ଇନିଂସ ଖେଳିଥିଲେ। ୩ ଯୁବ ବ୍ରିଗେଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୨୨୮ ରନ୍‌ କରିଛି।

ବଡ଼ ଟାର୍ଗେଟ୍‌ କାରଣରୁ ଚାପଗ୍ରସ୍ତ କୋଲକାତାର ସୁନୀଲ ନାରିନ୍‌ ଶୀଘ୍ର ଆଉଟ ହୋଇଯାଇଥିଲେ। ସେ ୫ଟି ବଲ୍‌ରୁ ୩ ରନ୍‌ରେ ଆଉଟ୍‌ ହୋଇଥିଲେ। ପରେ ଶୁବମନ୍‌ ଗିଲ୍‌ ଏବଂ ନୀତୀଶ ରାଣା ଦଳୀୟ ଇନିଂସ୍‌କୁ ଆଗକୁ ବଢ଼ାଇଥିଲେ। ଗିଲ୍‌ ୨୮ ରନ୍‌ରେ ଆଉଟ୍‌ ହୋଇଥିବାବେଳେ ରାଣା ୩୫ ବଲ୍‌ରେ ୫୮ ରନ୍‌ର ଲଢ଼ୁଆ ଇନିଂସ୍‌ ଖେଳିଥିଲେ। ଅଧିନାୟକ ଦିନେଶ କାର୍ତ୍ତିକ ବିଫଳ ହୋଇଥିଲେ ମଧ୍ୟ ଇଅନ୍‌ ମୋର୍ଗାନ୍‌ ଏବଂ ରାହୁଲ ତ୍ରିପାଠୀ ବିଜୟ ଆଶା ସଂଚାର କରିଥିଲେ। କିନ୍ତୁ ଅନ୍ୟ କେହି ବିଶେଷ ସଫଳ ହୋଇପାରିନଥିଲେ। ମୋର୍ଗାନ୍‌ ୪୪ ରନ୍‌ କରିଥିବାବେଳେ ତ୍ରିପାଠୀ ୩୬ ରନ୍‌ କରିପାରିଥିଲେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା