ସୁପର ସଣ୍ଡେରେ ସୁପର ମ୍ୟାଚ୍

ଦୁବାଇ (ବଡ଼ ଖବର ବ୍ୟୁରୋ): ଚାଲିଛି ଆଇପିଏଲ ଫିବର । ଆଜି ସୁପର ସଣ୍ଡେରେ ରହିଛି ୨ଟି ସୁପର ମ୍ୟାଚ୍ । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ହାଇଦ୍ରାବାଦକୁ ଭେଟିବାକୁ ଯାଉଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଧୋନି ବାହିନୀ ରାହୁଲଙ୍କ ଟିମକୁ ଟକ୍କର ଦେବ । ଦୁଇଟିଯାକ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ମୁମ୍ବାଇ ୪ଟି ମ୍ୟାଚରୁ ୨ଟି ବିଜୟ ହେବା ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ହାଇଦ୍ରାବାଦ ୪ଟି ମ୍ୟାଚ ଖେଳି ୨ଟି ବିଜୟ ହୋଇଥିଲେ ସୁଦ୍ଧା ନେଟ୍ ରନରେଟ୍ କମ ଥିବାରୁ ୪ର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ଯେଉଁ ଦଳ ବିଜୟ ହେବ ସେ ପଏଣ୍ଟ ଟେବୁଲରେ ଉପରକୁ ଉଠିବ ।

ପଞ୍ଜାବ ଏବଂ ଚେନ୍ନାଇ ୪ଟି ଲେଖାଏଁ ମ୍ୟାଚ ଖେଳି ମାତ୍ର ଗୋଟିଏ ଲେଖାଏଁ ଜିତିଛନ୍ତି । ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବା ଲାଗି ଉଭୟ ଦଳ ପ୍ରୟାସ କରିବେ । ଯାହାକି ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ପୂର୍ବାନୁମାନ କରିଛନ୍ତି କ୍ରିକେଟ ବିଶେଷଜ୍ଞ । ଧୋନି ବାହିନୀ ଚଳିତ ବର୍ଷ ପ୍ରଥମ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରିଥିଲେ ସୁଦ୍ଧା ପରବର୍ତ୍ତୀ  ମ୍ୟାଚଗୁଡିକରେ ଦଳ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରି ଶୋଚନୀୟ ପରାଜୟ ବରଣ କରିଛି । ଧୋନିଙ୍କ ଫ୍ୟାନ୍ସମାନେ ଆଶା ରଖିଛନ୍ତି ଯେ ଚେନ୍ନାଇ ପୁଣିଥରେ ବିଜୟଧାରା ଜାରି ରଖିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ