Masthead

ହାଡ଼ଫୁଟି ଭଳି ବ୍ୟାପିବ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡେଲ୍ଟା ଭାରିଏଣ୍ଟକୁ ନେଇ ଭୟଙ୍କର ତଥ୍ୟ । ଅନ୍ୟ ସମସ୍ତ ଭାରିଏଣ୍ଟ ତୁଳନାରେ ଏହା ଅଧିକ ମାରାତ୍ମକ ରୋଗ ସୃଷ୍ଟି କରିପାରେ। ସେହିପରି ହାଡ଼ଫୁଟି ଭଳି ଏହା ସହଜରେ ସବୁଆଡ଼େ ବ୍ୟାପିବାର କ୍ଷମତା ବି ରହିଛି। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଗୋଟିଏ ଅନ୍ତରୀଣ ରିପୋର୍ଟକୁ ଆଧାର କରି ଏପରି ଖବର ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି, ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକମାନେ ମଧ୍ୟ ଟିକା ନେଇ ନଥିବା ଲୋକଙ୍କ ଭଳି ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇପାରିବେ ।

ଏହାପରେ ସେମାନେ ଅନ୍ୟମାନଙ୍କୁ ଆକ୍ରାନ୍ତ ମଧ୍ୟ କରିପାରିବେ। ଏହି ଭାରିଏଣ୍ଟ ପ୍ରଥମଥର ପାଇଁ ଭାରତରେ ହିଁ ଚିହ୍ନଟ ହୋଇଥିଲା। ଡେଲ୍ଟା ଭାରିଏଣ୍ଟ ଅନ୍ୟ ମାରାତ୍ମକ ରୋଗ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ସାଧାରଣ ଥଣ୍ଡା ଓ ହାଡ଼ଫୁଟି ସୃଷ୍ଟି କରୁଥିବା ଭାଇରସ ତୁଳନାରେ ଡେଲ୍ଟା ଭାରିଏଣ୍ଟ ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପିବାର କ୍ଷମତା ରଖିଛି। ସୂଚନା ଅନୁସାରେ, ଟିକା ନେଇଥିବା ଲୋକମାନେ ଟିକା ନେଇ ନଥିବା ଲୋକଙ୍କ ତୁଳନାରେ ଅଧିକ ସୁରକ୍ଷିତ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର