Masthead

ଗଣତନ୍ତ୍ରର ହେଉଛି ହତ୍ୟା,ଚାଲିଛି ଅମଲାତନ୍ତ୍ରର ଶାସନ: ନରସିଂହ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଂଗ୍ରେସ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ଅମଲାତନ୍ତ୍ରର ଶାସନ ଚାଲିଛି ‌।ନିର୍ବାଚିତ ପ୍ରତିନିଧି କୁ ସମ୍ମାନ ମିଳୁନି।ଜଣେ ମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ରିଲିଫ ଟଙ୍କା ପ୍ରଦାନ କରୁଛନ୍ତି। ମନ୍ତ୍ରୀମାନେ ହେଲେ ସରକାର। ସରକାର ପାଖକୁ କର୍ମଚାରୀ ଯିବା କଥା କିନ୍ତୁ କର୍ମଚାରୀ ପାଖକୁ ସରକାର ଆସୁଛନ୍ତି।ବୁକ୍ ସାର୍କୁଲାର ୪୭ର ଉଲଙ୍ଘନ ହୋଇଛି। ମନ୍ତ୍ରୀ ଗୃହରେ କ୍ଷମା ମାଗନ୍ତୁ। ମୁଖ୍ୟ ଶାସନ ସଚିବ ବି କ୍ଷମା ମାଗନ୍ତୁ। ମୁଁ ମନ୍ତ୍ରୀମାନେ କହୁଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ସବୁ ମନ୍ତ୍ରୀଙ୍କ କଥା କହୁଥିବା ଅଭିଯୋଗ କରିଥିଲେ। କିନ୍ତୁ ମନ୍ତ୍ରୀର ମାନେ ନୁହେଁ ସବୁ ମନ୍ତ୍ରୀ।

ଅର୍ଥମନ୍ତ୍ରୀ ଜଣେ ସରକାରୀ କର୍ମଚାରୀଙ୍କୁ ଜୁହାର ହେଉଥିବା ଫଟୋ ସଦସ୍ୟ ମାନେ ଗୃହରେ ଦେଖାଇଥିଲେ। ଜଣେ ବିଡିଓଙ୍କ ନାମରେ ଅଭିଯୋଗ ଆଣୁଛନ୍ତି ଜଣେ ବିଧାୟକ। କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଗୃହରେ ଆଲୋଚନା ହେଉଥିବା ବେଳେ ବିଡ଼ିଓ କହୁଛନ୍ତି ମୋର ଉପରେ ହାତ ଅଛି । ବିଧାୟକ କି ବିଧାନସଭା କେହିକିଛି କରିପାରିବେ ନାହିଁ। ଉପରୁ ତଳକୁ ପାଣି ବହିଯିବା ଭଳି ଉପର ଅଧିକାରୀଙ୍କ ଆଚରଣ ଦେଖି ତଳ ଅଧିକାରୀମାନେ ମଧ୍ୟ ଲୋକପ୍ରତିନିଧିଙ୍କୁ ଉପଯୁକ୍ତ ଆଚରଣ ପ୍ରଦର୍ଶନ କରୁ ନାହାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ