ଚିନ୍ତା ବଢାଉଛି ଡେଙ୍ଗୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗୋଟେ ପଟେ କରୋନା ସଂକ୍ରମଣର ଭୟ। ଆଉ ଏବେ ମାରାତ୍ମକ ଡେଙ୍ଗୁ। ଖୋର୍ଦ୍ଧା ଜିଲ୍ଲାରେ ଘାରିଛି ଡେଙ୍ଗୁ ଭୟ। ସେପଟେ ରାଜଧାନୀରେ ହୁ ହୁ ବ୍ୟାପିବାରେ ଲାଗିଛି। ଭୁବନେଶ୍ୱରରୁ ପ୍ରତିଦିନ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ବିଶେଷ କରି ଚନ୍ଦ୍ରଶେଖରପର, ପଟିଆ, ନିଳାଦ୍ରୀ ବିହାର, ଶୈଳଶ୍ରୀ ବିହାର ଆଦି ଅଞ୍ଚଳରେ ଡେଙ୍ଗୁ ଏବେ କରାଳ ରୂପ ନେଇଛି।

ଗତ ଏକ ମାସ ଭିତରେ ଭୁବନେଶ୍ୱରରୁ ଶହେରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସ୍ୱାସ୍ଥ୍ୟ ବିଭାଗ ତଥା ବିଏମସି ରିପୋର୍ଟ ଏହି ତଥ୍ୟ ଦେଇଛି । ଭୁବନେଶ୍ୱରରେ ପାଖାପାଖି ୩ ଶହ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲାରୁ ୧୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେହିପରି ଦିନରେ କ୍ୟାପିଟାଲ ହସ୍ପିଟାଲରେ ୧୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ସବୁଠାରୁ ବଡ଼ କଥା ଏମାନେ ସମସ୍ତେ ଚନ୍ଦ୍ରଶେଖରପର, ପଟିଆ, ନିଳାଦ୍ରୀ ବିହାର, ଶୈଳଶ୍ରୀ ବିହାର ଅଞ୍ଚଳର। ସେପଟେ ରାଜଧାନୀରେ ଡେଙ୍ଗୁ ବ୍ୟାପୁଥିବା ଯୋଗୁ ବିଏମସି ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ବିଏମସି ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ବିଏମସିର ୬୭ ୱାର୍ଡରେ ସଚେତନା ଆରମ୍ଭ ହୋଇଛି। ସେପଟେ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ୱାର୍ଡକୁ ରୋଗୀଙ୍କ ପାଇଁ ପ୍ରସ୍ତତ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’