Masthead

ଘନକୁହୁଡ଼ି ବଳୟରେ ହଜିଗଲା ବ୍ଲାକ ପାଗୋଡ଼ା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କୁହୁଡ଼ି ବଳୟରେ ସୂର୍ଯ୍ୟମନ୍ଦିର। ସୋମବାର ପ୍ରତ୍ୟୁଷରୁ ଘନ କୁହୁଡ଼ି କୋଣାର୍କକୁ ଆଚ୍ଛାଦିତ କରି ରଖିଥିଲା। ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର କୁହୁଡ଼ି ବଳୟରେ ଅଦୃଶ୍ୟ ପ୍ରତୀୟମାନ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହୋଇଥିଲେ। ରାସ୍ତା ଘାଟ ଏକପ୍ରକାର ଶୂନଶାନ ହୋଇପଡିଥିଲା। ଯାନବାହାନ ଚଳାଚଳରେ ବାଧା ଉପୁଜିଥିଲା। ସେପଟେ ଘନ କୁହୁଡ଼ି ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳକୁ ନେଇ ସମସ୍ୟା ଉପୁଜିଛି ।

ଘନ କୁହୁଡ଼ି ପାଇଁ ବଡ଼ ବଡ଼ ଗାଡ଼ି ରାସ୍ତାରେ ଅଟକି ରହିଛି । ରାସ୍ତା ଦେଖାଯାଉନଥିବା କାରଣରୁ ଆଗକୁ ବଢ଼ିବା ସମ୍ଭବ ହେଉନି । ପାର୍କିଂ ଲାଇଟ୍ ଅନ୍ କରି ରାସ୍ତା କଡ଼ରେ ବଡ଼ ବଡ଼ ଟ୍ରକ୍ ବସ୍ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଏହାରି ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଘନ କୁହୁଡ଼ିର ମଜ୍ଜା ପର୍ଯ୍ୟଟକ ନେଉଥିବାର ଦେଖିବାକୁ ମିଳିଛି । ପର୍ଯ୍ୟଟନସ୍ଥଳି ମାନଙ୍କରେ ପର୍ଯ୍ୟଟକ ମାନେ କୁହୁଡ଼ି ଭିତରେ ସେଲ୍ଫ ନେବା ସହ ମଜ୍ଜାମସ୍ତି କରିବାର ଚିତ୍ର ଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି