Masthead

ଭାଇନା କରିବେ କ’ଣ, ବିଜେଡି ନେଲାନି ନିଷ୍ପତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ନିର୍ବାଚନୀ ଉଷ୍ମତା । ଦଳ ବଳ ଧରି ଗାଁ ମୁହାଁ ନେତା । ନିମାପଡା ବିଜେଡିରେ ଭାଇନା କେଁ । ପୁରୀ ଜିଲ୍ଲା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ନିମାପଡା ଆସନକୁ ନେଇ ଏବେ ଅଡୁଆରେ ଶାସକ ବିଜୁ ଜନତା ଦଳ । ସିଟିଂ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ କାଟି ବିଜେଡି ଆମଦାନୀ ନେତା ଦିଲୀପ ନାୟକଙ୍କୁ ଦଳ ଭରସା କରି ୨୪ ଇଲେକ୍ସନରେ କରିଛି ପ୍ରାର୍ଥୀ ।

ଯାହାକୁ ନେଇ ସେହି ଦିନ ଠାରୁ ଖପା ସମୀର ଓ ତାଙ୍କ ସର୍ମଥକ । ନିଜର ପତିୟାରା ମଧ୍ୟ ଜାହିର କରିବା ସହ ନିମାପଡାରୁ ଦଳର ସୁପ୍ରିମୋ ଓ ତାଙ୍କ କୋଟରୀକୁ ଦେଖାଇସାରିଛନ୍ତି ଶକ୍ତି । କାହିଁକି ଟିକେଟ କାଟିଲ, ଟିକେଟର ପୁର୍ନବିଚାର କରି ମୋ ଟିକେଟ ମୋତେ ଫେରାଅ କହି ଆସୁଛନ୍ତି ଭାଇନା । ସମୀରଙ୍କ ସର୍ମଥକ ବି ଭାଇନାଙ୍କୁ ପ୍ରାର୍ଥୀ କରିବାକୁ କରି ଆସୁଛନ୍ତି ଦାବି । ଏହାରି ଭିତରେ ଗୋଟେ କର୍ମୀଙ୍କୁ ଉଦବୋଧନ ଦେବାକୁ ଯାଇ ସମୀର କହିଥିଲେ ଯଦି ଏପ୍ରିଲ ୩୦ ସୁଦ୍ଧା ଦଳ କିଛି ନିଷ୍ପତ୍ତି ନ ନିଏ ତେବେ ମୁଁ ନେବି ନିଷ୍ପତ୍ତି । ତେବେ ଗତକାଲି ଠାରୁ ସେ ଦେଇଥିବା ସମୟ ବା କଣ୍ଟ ପୂରଣ ହୋଇସାରିଛି । ଏବେ ଚର୍ଚ୍ଚା ହେଉଛି ଭାଇନା ତଥା ସମୀର ଦାଶ କରିବେ କ’ଣ ।

ଦଳକୁ ବାଏ ବାଏ ନା ଅନ୍ୟଙ୍କ ପରି ଦଳରେ ହିଁ ରହିବେ ଚୁପ୍ । ନିଜର ରାଜନୀତି କ୍ୟାରିୟରକୁ ଏଠି ଭାଇନା କରିଦେବେ କି ଏଣ୍ଡ ? ନା ଦଳରୁ ଦେବେ ଇସ୍ତଫା । ଅନ୍ୟଦଳର ନେବେ ଆଶ୍ରୟ । ଯାହାକୁ ଅନାଇ ବସିଛନ୍ତି ସମୀରଙ୍କ ସର୍ମଥକ । କ’ଣ ନିଷ୍ପତ୍ତି ନେବେ ତାଙ୍କ ଭାଇନା । ସେପଟେ ବିଜେଡି ବି ସମୀରଙ୍କ ଗୋଟି ଚାଳନା ଉପରେ ତୀକ୍ଷ୍ଣ ନଜର । ଅନ୍ୟପଟେ କୁହାଯାଉଛି ବିଜେଡି ଭାଇନାଙ୍କୁ ନେଇ କିଛି ନେଇନି ନିଷ୍ପତ୍ତି । ଯାହାପାଇଁ ଭାଇନା ଆହୁରି ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି । ଭାଗି, ସୀମାରାଣୀ, ପର୍ଶୁରାମ ଓ ରମେଶ ସାଏଙ୍କ ପରେ ବିଜେଡିକୁ ଝଟକା ଦେବାକୁ ଯାଉଛନ୍ତି କି ସମୀର ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ