ଭାଇନା କରିବେ କ’ଣ, ବିଜେଡି ନେଲାନି ନିଷ୍ପତ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ନିର୍ବାଚନୀ ଉଷ୍ମତା । ଦଳ ବଳ ଧରି ଗାଁ ମୁହାଁ ନେତା । ନିମାପଡା ବିଜେଡିରେ ଭାଇନା କେଁ । ପୁରୀ ଜିଲ୍ଲା ଜଗତସିଂହପୁର ସଂସଦୀୟ କ୍ଷେତ୍ରର ନିମାପଡା ଆସନକୁ ନେଇ ଏବେ ଅଡୁଆରେ ଶାସକ ବିଜୁ ଜନତା ଦଳ । ସିଟିଂ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶଙ୍କ ଟିକେଟ କାଟି ବିଜେଡି ଆମଦାନୀ ନେତା ଦିଲୀପ ନାୟକଙ୍କୁ ଦଳ ଭରସା କରି ୨୪ ଇଲେକ୍ସନରେ କରିଛି ପ୍ରାର୍ଥୀ ।

ଯାହାକୁ ନେଇ ସେହି ଦିନ ଠାରୁ ଖପା ସମୀର ଓ ତାଙ୍କ ସର୍ମଥକ । ନିଜର ପତିୟାରା ମଧ୍ୟ ଜାହିର କରିବା ସହ ନିମାପଡାରୁ ଦଳର ସୁପ୍ରିମୋ ଓ ତାଙ୍କ କୋଟରୀକୁ ଦେଖାଇସାରିଛନ୍ତି ଶକ୍ତି । କାହିଁକି ଟିକେଟ କାଟିଲ, ଟିକେଟର ପୁର୍ନବିଚାର କରି ମୋ ଟିକେଟ ମୋତେ ଫେରାଅ କହି ଆସୁଛନ୍ତି ଭାଇନା । ସମୀରଙ୍କ ସର୍ମଥକ ବି ଭାଇନାଙ୍କୁ ପ୍ରାର୍ଥୀ କରିବାକୁ କରି ଆସୁଛନ୍ତି ଦାବି । ଏହାରି ଭିତରେ ଗୋଟେ କର୍ମୀଙ୍କୁ ଉଦବୋଧନ ଦେବାକୁ ଯାଇ ସମୀର କହିଥିଲେ ଯଦି ଏପ୍ରିଲ ୩୦ ସୁଦ୍ଧା ଦଳ କିଛି ନିଷ୍ପତ୍ତି ନ ନିଏ ତେବେ ମୁଁ ନେବି ନିଷ୍ପତ୍ତି । ତେବେ ଗତକାଲି ଠାରୁ ସେ ଦେଇଥିବା ସମୟ ବା କଣ୍ଟ ପୂରଣ ହୋଇସାରିଛି । ଏବେ ଚର୍ଚ୍ଚା ହେଉଛି ଭାଇନା ତଥା ସମୀର ଦାଶ କରିବେ କ’ଣ ।

ଦଳକୁ ବାଏ ବାଏ ନା ଅନ୍ୟଙ୍କ ପରି ଦଳରେ ହିଁ ରହିବେ ଚୁପ୍ । ନିଜର ରାଜନୀତି କ୍ୟାରିୟରକୁ ଏଠି ଭାଇନା କରିଦେବେ କି ଏଣ୍ଡ ? ନା ଦଳରୁ ଦେବେ ଇସ୍ତଫା । ଅନ୍ୟଦଳର ନେବେ ଆଶ୍ରୟ । ଯାହାକୁ ଅନାଇ ବସିଛନ୍ତି ସମୀରଙ୍କ ସର୍ମଥକ । କ’ଣ ନିଷ୍ପତ୍ତି ନେବେ ତାଙ୍କ ଭାଇନା । ସେପଟେ ବିଜେଡି ବି ସମୀରଙ୍କ ଗୋଟି ଚାଳନା ଉପରେ ତୀକ୍ଷ୍ଣ ନଜର । ଅନ୍ୟପଟେ କୁହାଯାଉଛି ବିଜେଡି ଭାଇନାଙ୍କୁ ନେଇ କିଛି ନେଇନି ନିଷ୍ପତ୍ତି । ଯାହାପାଇଁ ଭାଇନା ଆହୁରି ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି । ଭାଗି, ସୀମାରାଣୀ, ପର୍ଶୁରାମ ଓ ରମେଶ ସାଏଙ୍କ ପରେ ବିଜେଡିକୁ ଝଟକା ଦେବାକୁ ଯାଉଛନ୍ତି କି ସମୀର ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା