Before Header

ଝାଡ଼ୁ ମାରିବା ସହ ଡ୍ରେନ ସଫା କଲେ ଉପମୁଖ୍ୟମନ୍ତ୍ରୀ

0 897

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଅଯୋଧ୍ୟା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆକ୍ଟିଭ ମୋଡରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବା ବେଳେ ଅଯୋଧ୍ୟାରେ ୬ ଦିନ ଯାଏ ରହିଛନ୍ତି କେଶବ ପ୍ରସାଦ ମୌର୍ଯ୍ୟ । ସୋମବାର ସକାଳେ ସେ ଅଯୋଧ୍ୟାରେ ପହଞ୍ଚିଥିଲେ । ବୁଧବାର ଆରମ୍ଭ କରିଥିଲେ ଅଯୋଧ୍ୟା ଧାମର ସଫେଇ । କେତେବେଳେ ରାସ୍ତାରେ ଝାଡୁ ଧରି ଝାଡ଼ୁ କରିବା ସହ ଡ୍ରେନ ମଧ୍ୟ ସଫା କରୁଛନ୍ତି ।

ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । କର୍ମୀମାନଙ୍କୁ ଏକାଠି କରି ଅଯୋଧ୍ୟାର କଲୋନୀ ବୁଲି ଡ୍ରେନ୍ ଗୁଡିକୁ ନିଜେ ସଫା କରିବା ସହ ସେସବୁ ଅଳିଆକୁ କାଢି ନିଜେ ଗାର୍ବେଜ ଟ୍ରଲିରେ ବୋହି ନେଇଥିଲେ । ଏହାସହ ସହରର ବିଭିନ୍ନ ସ୍ଥାନକୁ ଝାଡୁ କରି ପରିଷ୍କାର କରିଥିଲେ । ଏହାପରେ ଚା’ ଷ୍ଟଲରେ ଚା’ ପିଇବା ସହ ସାଧାରଣ ଜନତାଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.