Masthead

ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଯୋଜନା

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): କାମରେ ଆସୁନି ଏନଏସି ନୂଆପଡ଼ାର ଲକ୍ଷ ଲକ୍ଷ ଟଙ୍କାର ଯୋଜନା । ଦେଢ଼ ବର୍ଷରୁ ଅଧିକ ହୋଇଗଲାଣି। ନିର୍ମାଣ ସିନା ହୋଇଗଲା ହେଲେ କାମରେ ଅସୁନି ଶୌଚାଳୟ । ଲୋକମାନେ ଯେ ବ୍ୟବହାର କରୁନାହାନ୍ତି ଏହା ନୁହେଁ ନିର୍ମାଣର ଅନେକ ଦିନ ବିତି ଯାଇଥିଲେ ବି ଏହା ବ୍ୟବହାର ଉପଯୋଗୀ ହୋଇପାରି ନାହିଁ। ବ୍ୟବହାର ନ ହୋଇ ଏହା ଏବେ ଖରାପ ହେବାକୁ ବି ଲାଗିଲାଣି। କେତେ ଯାଗାର ଶୌଚାଳୟକୁ ତାଲା ବି ପକାଇ ଦିଆ ଯାଉଛି।

ଶୌଚାଳୟ ବ୍ୟବହାର ପାଇଁ ପାଣିର ଆବଶ୍ୟକ ଥିବାବେଳେ ଏଠାକୁ ଆଜି ପର୍ଯ୍ୟନ୍ତ ପାଣି ଯୋଗାଣ ହୋଇ ପାରୁନାହିଁ। ପାଣି ନ ଥିବାରୁ ଏହାକୁ ବ୍ୟବହାର କରାଯାଇ ପାରୁନାହିଁ। ପ୍ରଶାସନର ଅବହେଳା ଯୋଗୁ ଲୋକେ ନାହିଁନଥିବା ହନ୍ତସନ୍ତ ହଉଛନ୍ତି। ଶୌଚାଳୟ ନିର୍ମାଣ କରି, ରଙ୍ଗ ଦେଇ ଦେଲା ପରେ ନିଜ କାମ ସରିଗଲା ପରି ହାତରେ ହାତ ବାନ୍ଧି ବସିଛି ନୂଆପଡା ଏନଏସି। ନୂଆପଡା ସହରର ଖେଳଖୁଦ କରିବାର ମୁଖ୍ୟ ଜାଗା ହେଲା ମିନି ଷ୍ଟାଡିୟମ।

ପ୍ରାତଃ ଭ୍ରମଣଠୁ ଆରମ୍ଭ କରି ଖେଳା ଖେଳି କରିବା ପାଇଁ ଦିନଯାକ ଏଠାକୁ ଅନେକ ଲୋକ ଆସିଥାନ୍ତି ଏପରିକି ବିଭିନ ଆନୋଲନ ଓ ରାଲି ଓ ସରକାରୀ କାର୍ଯ୍ୟକ୍ରମ ମାନ ବି ଏଠି ହେଇଥାଏ ହେଲେ ଏଠି ଏନଏସି ତରଫରୁ କୌଣସି ଗୋଟିଏ ବି ଶୌଚାଳୟ କରାଯାଇ ନାହି। ପୁଣି କେଉଁ ଆଧାରରରେ ତରବରିଆ ଭାବରେ ଦରକାର ନ ଥିବା ଜଗାରେରେ ଶୌଚାଳୟ ନିର୍ମାଣ କରି ଅଦରକାରୀ ଭବରେ ପକାଇ ଦିଆ ହେଇଛି ତାହା ତାହା ସାଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର