Before Header

ସାପ କାମୁଡିଲେ କ’ଣ କରିବେ

0 46

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏବେ ମାତିଛନ୍ତି ସାପ । ସାପ କାମୁଡାରେ ଅକାରଣରେ ଚାଲିଯାଉଛି ଜୀବନ । ଅନ୍ୟପଟେ ବର୍ଷାଦିନ ହେତୁ ଚାରିଅଡେ ଦେଖାଯାଉଛନ୍ତି ସାପ । ଗତକାଲି ବାରିପଦାର କଟୁରିଆ ଗ୍ରାମରେ ମା’ ଓ ଦେଢବର୍ଷର ଶିଶୁ ପୁତ୍ର ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ସେଥିପାଇଁ କିଭଳି ସାପ ନହେବେ ଏବଂ ସାପ କାମୁଡିଲେ ଆମେ କ’ଣ କରିବା ଉଚିତ ସେନେଇ ଜାରି ହୋଇଛି ନିୟମାବଳୀ ।

ସାପ ନହେବା ପାଇଁ ଘର ଚାରିପାଖକୁ ପରିଷ୍କାର ରଖନ୍ତୁ । ଘର ଚାରିପଟେ ଗ୍ରାମକସିନ ପରି ବିଶୋଧକ ସିଞ୍ଚନ କରନ୍ତୁ । ଅଳିଆ ଅ।।ବର୍ଜନା ପକାନ୍ତୁ ନାହିଁ । ଗାତ କିମ୍ବା ଉଇହୁଙ୍କା ଥିଲେ ଏହାକୁ ନିବୁଜ କରନ୍ତୁ ।

ସେହିପରି ଯଦି ସାପ ଦଂଶନର ଶିକାର ହୋଇଛନ୍ତି ତେବେ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାନ୍ତୁ ସାପ କାମୁଡିଥିବା ସ୍ଥାନର ଟକେ ଉପରକୁ କୌଣସି କପଡାରେ ଜୋରରେ ବାନ୍ଧି ଦିଅନ୍ତୁ ଯେପରିକି ସାପର ବିଷ ସମଗ୍ର ଶରୀରରେ ବ୍ୟାପିବ ନାହିଁ । ଏହାପରେ ଆହାତଙ୍କୁ ଯେତେ ଶୀଘ୍ର ସମ୍ଭବ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରନ୍ତୁ । ଆହାତଙ୍କୁ ଅଧିକ ଗତିଶୀଳ କରାନ୍ତୁ ନାହିଁ । ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ ।

Leave A Reply

Your email address will not be published.