Masthead

କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ଡ଼ିଜିପି ଚୟନରେ ଲାଗିଲା ରାଜନୈତିକ ରଙ୍ଗ । ସୁପ୍ରିମ ଶୁଣାଣି ରହିଛି ସ୍ଥଗିତ, ହେଲେ ୧୬ରେ ଶେଷ ହୋଇଯିବ ଖୁରାନିଆଙ୍କ କାର୍ଯ୍ୟକାଳ । କାହାକୁ ପୋଲିସ ମୁଖିଆ କରିବେ ସରକାର? ତାହାକୁ ନେଇ ଚାଲିଛି ଚର୍ଚ୍ଚା । ଏହାରି ଭିତରେ ପୁଣି ବସିବାକୁ ଯାଉଛି ୟୁପିଏସସି ବୈଠକ । ନାମକୁ ନେଇ ଏବେ ବି ରହିଛି ଅସହମତି । କାହାକୁ କରିବେ ଭରଷା? ତାକୁ ନେଇ ମାନସମନ୍ଥନ କରୁଛନ୍ତି ରାଜ୍ୟ ସରକାର । ଏହାରି ଭିତରେ ପ୍ରଶ୍ନ ଉଠାଇଛି ବିଜେଡି । ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ପାଇଁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । କେବେ ବି ଓଡିଶା ଇତିହାସରେ ଏମିତି ହୋଇନଥିଲା । ଯାହା ପ୍ରଥମ ଥର ପାଇଁ ହେଉଛି । ଥାନା ଗୁଡିକୁ ପାର୍ଟି ଅଫିସ କରି ରଖାଯାଉଛି । ସେଥିରେ ଆହୁରି ନିଜର ପ୍ରତିଆରା ବିସ୍ତାର ପାଇଁ ଡ଼ିଜିପି ଚୟନ ହେଉଛି ।

ରାଜ୍ୟ ସରକାର ୟୁପିଏସସି ବୈଠକ ପାଇଁ ନୂଆ ତାଲିକା ପ୍ରସ୍ତୁତ କରୁଥିବା ବେଳେ ବିରୋଧୀଙ୍କ ଟାଗେର୍ଟକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବିରୋଧୀ ଜଣେ ଓଡ଼ିଆ ଆଇପିଏସଙ୍କୁ ସିବିଆଇ ନିର୍ଦ୍ଦେଶକ ହେବାରୁ ବଞ୍ଚିତ କରିଥିଲେ । ତାହା କଣ ଭୁଲି ଯାଉଛନ୍ତି । କାଳେ ନିଜ ନେତାମାନେ ଛନ୍ଦି ହୋଇଯିବେ ସେଥିପାଇଁ ସେହି ଅଫିସରଙ୍କ ବିରୋଧରେ ତକ୍ରାଳୀନ ସରକାର ମାମଲା ନିଜେ କରିଥିଲେ । ଡ଼ିଜିପି ଚୟନ ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ ରହିଛି । ସେହି ହିସାବରେ ଗୃହ ବିଭାଗର ତାର ପ୍ରସ୍ତୁତି କରୁଛି ।

କାଠଗଡାରେ ଛିଡା ହୋଇଛି ଓଡ଼ିଶାର ଡ଼ିଜିପି ଚୟନ । ପାୱାର କରିଡରରେ ପଡିଛି ଚହଳ । ପଦ ପାଇଁ ଚାହିଁ ବସିଛନ୍ତି ୧୯୯୦ବ୍ୟାଚ୍ର ସୁଧାଂଶୁ ଷଡଙ୍ଗୀ, ୧୯୯୩ ବ୍ୟାଚର ସୁଶାନ୍ତ ନାଥ, ଆର.ପି କୋଚ୍ଚେ । ସୁଯୋଗର ଅପେକ୍ଷାରେ ୧୯୯୪ ବ୍ୟାଚର ସଞ୍ଜୀବ ପଣ୍ଡା ଏବଂ ଯଶୋବନ୍ତ ଜେଠୱା । କିନ୍ତୁ ବର୍ତ୍ତମାନର ଚୟନକୁ ନେଇ ଲାଗି ରହିଥିବା ଅଚଳାଅବସ୍ଥାର ଫାଇଦା ନେଇପାରନ୍ତି କାମଚାଳ ଡ଼ିଜିପି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ସୃଷ୍ଟି ହେଲା ଲଘୁଚାପ 🔴 ୫ ବର୍ଷ ଧରି ପୋଖରୀରେ ନାବାଳକ 🔴 ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା 🔴 ବଢିଲା ଚାମେଲିଙ୍କ ପାଇଁ ଅଡୁଆ 🔴 ଶ୍ମଶାନରୁ ୩ ଶବ ଗାୟବ 🔴 ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ 🔴 ମାଟିରେ ମିଶିବ ୩୩୦ ଘର