ସନାତନ ଧର୍ମ ଆଜି ବି ଅଛି କାଲି ବି ରହିବ: ମୋହନ ଭାଗବତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସନାତନଙ୍କୁ ଆବଶ୍ୟକତା ନାହିଁ କୌଣସି ପ୍ରମାଣ ପତ୍ର । ଏଭଳି ମତ ରଖିଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ । ସେ ହରିଦ୍ୱାରରେ ସନ୍ୟାସ ଦିକ୍ଷାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ସନାତନ ଧର୍ମର ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । କାରଣ ଏହା ସମୟ ଅନୁସାରେ ପ୍ରମାଣିତ ହୋଇଛି । ଆପଣ ଆଜି ଗେରୁଆ ରଙ୍ଗ ଧାରଣ କରି ଏହାର ପ୍ରତିଷ୍ଠା ବଢାଇବା ଲାଗି ସଂକଳ୍ପ ନେଇଛନ୍ତି, ହେଲେ ଯେଉଁ ସନାତନ ରହିଛି, ଏହାକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ ।

ମୋହନ ଭାଗବତ ଆହୁରି ମଧ୍ୟ କହିଥିଲେ, ‘ ସନାତନ ଧର୍ମ ଯାହା ପ୍ରଥମ ଆରମ୍ଭ ହୋଇଥିଲା, ଆଜିବି ଅଛି କାଲି ବି ରହିବ । ବାକି ସବୁ ବଦଳି ଯାଉଛି । ଏହା ପୂର୍ବରୁ ଆରମ୍ଭ ହୋଇଛି, ଆମେ ଆମର ଆଚରଣରେ ଲୋକଙ୍କୁ ସନାତନ ବୁଝାଇବାକୁ ହେବ । ସେ ଆହୁରି ମଧ୍ୟ କହିଛନ୍ତି, ଆମର ମନ ଆଜି ସନାତନ ଆଡ଼କୁ ଯାଉଛି । କରୋନା ପରେ ଲୋକଙ୍କୁ କାଢାର ଅର୍ଥ ବୁଝା ପଡ଼ିଯାଇଛି । ପ୍ରକୃତି ଏମିତି କଡ଼ ଲେଉଟାଇଛି ଯେ ଆମ ସମସ୍ତଙ୍କୁ ସନାତନ ଆଡ଼କୁ କଡ଼ ଲେଉଟାଇବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’