Masthead

ସନାତନ ଧର୍ମ ଆଜି ବି ଅଛି କାଲି ବି ରହିବ: ମୋହନ ଭାଗବତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସନାତନଙ୍କୁ ଆବଶ୍ୟକତା ନାହିଁ କୌଣସି ପ୍ରମାଣ ପତ୍ର । ଏଭଳି ମତ ରଖିଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ । ସେ ହରିଦ୍ୱାରରେ ସନ୍ୟାସ ଦିକ୍ଷାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ସନାତନ ଧର୍ମର ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । କାରଣ ଏହା ସମୟ ଅନୁସାରେ ପ୍ରମାଣିତ ହୋଇଛି । ଆପଣ ଆଜି ଗେରୁଆ ରଙ୍ଗ ଧାରଣ କରି ଏହାର ପ୍ରତିଷ୍ଠା ବଢାଇବା ଲାଗି ସଂକଳ୍ପ ନେଇଛନ୍ତି, ହେଲେ ଯେଉଁ ସନାତନ ରହିଛି, ଏହାକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ ।

ମୋହନ ଭାଗବତ ଆହୁରି ମଧ୍ୟ କହିଥିଲେ, ‘ ସନାତନ ଧର୍ମ ଯାହା ପ୍ରଥମ ଆରମ୍ଭ ହୋଇଥିଲା, ଆଜିବି ଅଛି କାଲି ବି ରହିବ । ବାକି ସବୁ ବଦଳି ଯାଉଛି । ଏହା ପୂର୍ବରୁ ଆରମ୍ଭ ହୋଇଛି, ଆମେ ଆମର ଆଚରଣରେ ଲୋକଙ୍କୁ ସନାତନ ବୁଝାଇବାକୁ ହେବ । ସେ ଆହୁରି ମଧ୍ୟ କହିଛନ୍ତି, ଆମର ମନ ଆଜି ସନାତନ ଆଡ଼କୁ ଯାଉଛି । କରୋନା ପରେ ଲୋକଙ୍କୁ କାଢାର ଅର୍ଥ ବୁଝା ପଡ଼ିଯାଇଛି । ପ୍ରକୃତି ଏମିତି କଡ଼ ଲେଉଟାଇଛି ଯେ ଆମ ସମସ୍ତଙ୍କୁ ସନାତନ ଆଡ଼କୁ କଡ଼ ଲେଉଟାଇବାକୁ ପଡ଼ିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ