Masthead

ମକର ବେଶରେ ଶ୍ରୀଜୀଉ

ପୁରୀ(ବଡ଼ ଖବର ବ୍ୟୁରୋ): ହିନ୍ଦୁ ମାନଙ୍କର ପବିତ୍ର ପର୍ବ ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ପାଳିତ ହୋଇଛି ସ୍ୱତନ୍ତ୍ର ନୀତି । ଚତୁର୍ଦ୍ଧା ବିଗ୍ରହଙ୍କୁ ମକର ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରଜୀଉ ମାନଙ୍କୁ ଘଣ୍ଟ , ଛତା ,ଆଲଟ ,ଚାମର ମଧ୍ୟରେ ମକର ଭେଡା କରାଯାଇ ଲାଗି କରାଯାଇଥିଲା ମକର ଚାଉଳ । ଶ୍ରଜୀଉଙ୍କ ମକର ବେଶରେ ମକର ଚୂଳ ଲଗା ଯିବାର ପରମ୍ପରା ରହିଛି । ମକର ବେଢ଼ା ଓ ମକର ଚାଉଳ ଭୋଗ ପାଇଁ ବୃହତକାୟ ମକର ତାଡ ଅଣାଯାଇଥିଲା । କୁମ୍ଭକାର ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତ ମକର ତାଡକୁ ଅଲାମ ଚଣ୍ଡି ମନ୍ଦିରରୁ ଶ୍ରୀମନ୍ଦିରକୁ ଶୋଭା ଯାତ୍ରାରେ ଅଣାଯାଇଥିଲା । ମାଟି ତାଡରେ ଭୋଗ ଲାଗି ପରେ ଭକ୍ତଙ୍କ ମଧ୍ୟରେ ବାଣ୍ଟ ି ଦିଆଯାଇଥିଲା । ମହାପ୍ରଭୁଙ୍କ ଏହି ଦୁର୍ଲଭ ମକର ଚୋରାଶୀ ବେଶ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମନେ କରିଛି । ମକର ସଂକ୍ରାନ୍ତି ଶୈବ ଓ ବିଷ୍ଣୁ ଉପାସନାର ସମନ୍ୱୟ ବୋଲି କୁହାଯାଏ । ଆଜି ଠାରୁ ସୂୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଆରମ୍ଭ ହୁଏ । ଦିନ କ୍ରମେ କ୍ରମେ ବଡ ହେବା ସହ ରାତି ହେବ ଛୋଟ । ଆଜି ର ଦିନରେ ଶ୍ରୀଜୀଉଙ୍କ ଅପୂର୍ବ ବେଶ ଦର୍ଶନ କଲେ ପୁନ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଓଡ଼ିଶାର ପୁରପଲ୍ଲୀରେ ମକର ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ୧୨ରୁ ଆରମ୍ଭ ହୋଇଛି ଭାରତ ପ୍ରସିିଦ୍ଧ ଗଙ୍ଗା ସାଗର ମେଳା । ଏହା ୧୭ ତାରିଖରେ ଶେଷ ହେବ । ତେଣେ କରୋନା କଟକଣା ଯୋଗୁଁ ରାଜ୍ୟର ବହୁ ଶୈବ ପୀଠରେ ଜାରି ହୋଇଛି ୧୪୪ ଧାରା । ଯାଜପୁର ଜିଲ୍ଲା ବିଂଝାରପୁରର ପ୍ରସିଦ୍ଧ ଶୈବ ପୀଠ ବରୁଣେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ