Masthead

ଡିଜିପି ଚୟନ ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଜିପି ଚୟନକୁ ନେଇ ରୋଚକ ସ୍ଥିତି । କିଏ ହେବ ପୋଲିସ ମହାନିର୍ଦ୍ଦେଶକ? ସମୟ ଗଡ଼ୁଛି ହେଲେ ହୋଇପାରୁନାହିଁ ସ୍ପଷ୍ଟ । ନୂଆ ଡିଜି ପଦକୁ ନେଇ ଚର୍ଚ୍ଚା ଭିତରେ ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା । ୧୩ରେ ବସିପାରେ ୟୁପିଏସସି ବୈଠକ । ଚିନ୍ତାରେ ପଡିଯାଇଛନ୍ତି ରାଜ୍ୟ ସରକାର । ୧୬ରେ ସରିବାକୁ ଯାଉଛି ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ । ହେଲେ ଏବେ ଯାଏଁ କାହାରି ନାଁ ଉପରେ ବାଜିପାରିନି ମୋହର । ସୁଧାଂଶୁ, ସଞ୍ଜୀବ, ଯଶବୋନ୍ତ, ସୁଶାନ୍ତ, କୋଚ୍ଚେ ମନରେ ବାନ୍ଧି ବସିଛନ୍ତି ଅନେକ ଆଶା । ହେଲେ ମଙ୍ଗଳବାର ମାନ୍ୟବର ଉଚ୍ଚ ନ୍ୟାୟଳୟ ଓଡ଼ିଶା ଡିଜିପି ସମ୍ବନ୍ଧରେ ଶୁଣାଣି ଆରମ୍ଭ କରିଥିଲେ । ଖଣ୍ଡପୀଠଙ୍କ ନିକଟରେ ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ ଯୁକ୍ତି ବାଢିଥିଲେ କି ପ୍ରକାଶ ସିଂହଙ୍କ ରାୟକୁ ଉଲ୍ଲଂଘନ କରାଯାଇଛି । ଗଲା ୭ତାରିଖରେ ୟୁପିଏସସି ଡିଜିପି ଚୟନ ନେଇ ତିନି ଜଣଙ୍କ ନାମ ଉପରେ ବିଚାର କରୁଥିଲା । କିନ୍ତୁ ସରକାରଙ୍କ ପକ୍ଷରୁ ତାହାକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଅବଶ୍ୟ ତାଙ୍କୁ ପ୍ରତ୍ୟାହାର ନିମନ୍ତେ ଅନୁମତି ଦିଆଯାଇଥିଲା । ଯାହାଦ୍ୱାରା ନୂଆ ତାଲିକା ପ୍ରସ୍ତୁତ ଆରମ୍ଭ କରାଯାଉଛି ।

ଯାହା କି ସମ୍ପୂର୍ଣ୍ଣ ନିଦେ୍ର୍ଦଶାବଳୀକୁ ଭଙ୍ଗ କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ମାସରେ ତିନିଜଣ ଡିଜିପି ଏବଂ ୮ଜଣ ଏଡିଜିପି ପାହ୍ୟାର ତାଲିକା ପ୍ୟାନେଲକୁ ପ୍ରଦାନ କରିଥିଲେ । ଯାହା ଉପରେ ୟୁପିଏସସି ବିରକ୍ତି ପ୍ରକାଶ କରିଥିଲେ । କେବଳ ଡିଜିପି ପାହ୍ୟାଙ୍କ ଉପରେ ବିଚାର ହେବ ବୋଲି ସ୍ପଷ୍ଟ କରାଯାଇଥିଲା ।ଖାଲି ସେତିକି ନୁହେଁ ଚିଦାମ୍ବରମଙ୍କ ଯୁକ୍ତି ଥିଲା କି ଯେଉଁମାନେ ଡିଜିପି ପଦ ପାଇଁ ଯୋଗ୍ୟ ଅଛନ୍ତି କିନ୍ତୁ ବଞ୍ଚିତ ହେବେ ଜାଣୁଛନ୍ତି ସେମାନେ ସରକାରଙ୍କ ବିରୁଦ୍ଧରେ ଯିବେ ନାହିଁ । ଆଉ ତରବରିଆ ଭାବରେ କିଛି ଏଡିଜିପିଙ୍କୁ ଡିଜିପି ର୍ୟାଙ୍କ ପ୍ରଦାନ କରାଯାଇଛି । ହୁଏତ ତାଙ୍କ ନାମକୁ ଯୋଡି ପ୍ୟାନେଲକୁ ପଠାଯାଇପାରେ । ଯାହାକି ସବୁ ନିୟମକୁ ଉଲ୍ଲଂଘନ ଦର୍ଶାଉଛି ତେଣୁ ଏହାକୁ ବିଚାର କରାଯାଉ । ଆଉ ଏହି ସବୁ ଘଟଣାବଳୀକୁ ଶୁଣିବା ପରେ ଖଣ୍ଡପୀଠ କହିଛନ୍ତି ଯେ, ୟୁପିଏସସି ଭଲ ଭାବରେ ଜାଣିଛି, କିଏ ଯୋଗ୍ୟ ଏବଂ କାହାକୁ ବିଚାରକୁ ନିଆଯିବ ଡିଜିପି ନିମନ୍ତେ ।

ଯଦି ଅଯୋଗ୍ୟ ବ୍ୟକ୍ତିଙ୍କୁ ପ୍ୟାନେଲ ନିକଟକୁ ପ୍ରେରିତ କରାଯାଏ ତେବେ ଆଶା ୟୁପିଏସସି ଆମ ନିଦେ୍ର୍ଦଶ ଅନୁଯାୟୀ ନିଷ୍ପତ୍ତି ନେବ । ଖାଲି ସେତିକି ନୁହେଁ ଖଣ୍ଡପୀଠ ଏହି ଶୁଣାଣି ବୁଧବାର ପୁନଃବାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ପୋଲିସ ଡିଜି ଚୟନ ପ୍ରିୟାକୁ ନେଇ ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଲାଣି । କୋର୍ଟ ଶୁଣାଣି କରିଥିବା ବେଳେ ସରକାର ମଧ୍ୟ ରଣନୀତି କରୁଛନ୍ତି । କିପରି ଏହି ବିବାଦ ଭିତରୁ ବାହାରି ଯୋଗ୍ୟ ଡିଜିପି ଚୟନ କରିବେ ସେଥିପାଇଁ ଦିନ ତମାମ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସିଏମଓ କାର୍ଯ୍ୟଳୟର ଅଧିକାରୀଙ୍କ ସମତେ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । କିନ୍ତୁ ଏହାରି ଭିତରେ ଡିଜିପି ରେସ୍ରେ ସୁଧାଂଶୁ, ସଞ୍ଜୀବ, ଯଶବୋନ୍ତ, ସୁଶାନ୍ତ, କୋଚ୍ଚେଙ୍କ ଭଳି ବ୍ୟକ୍ତି ଅପେକ୍ଷାରେ ରହିଛନ୍ତି କାଳେ ତାଙ୍କ ଭାଗ୍ୟରେ ପଡିପାରେ ଡ଼ିଜିପି ଆସନ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ