Masthead

ନାଭାଲ ଟାଟା ହକି ଏକାଡେମୀରେ ଧନରାଜ ପିଲ୍ଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନାଭାଲ ଟାଟା ହକି ଏକାଡେମୀରେ ଭାରତୀୟ ହକି କିମ୍ବଦନ୍ତି ପୁରୁଷ ଧନରାଜ ପିଲ୍ଳେ । ଆଜି ଏହି ହକି ପୁରୁଷଙ୍କ ସମେତ ଇଣ୍ଡିଆ ହକି ଟିମର ପୂର୍ବତନ କ୍ୟାପଟେନ ଦିଲ୍ଲିପ ତୀର୍କୀଙ୍କ ସହ ଡ୍ରାଗ ଫ୍ଲିକର ଲେନ୍ ଆୟାପା ଆଜି ନାଭାଲା ଟାଟା ଏକାଡେମୀ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ସେଠାରେ ଥିବା ବାଳିକା କ୍ରୀଡ଼ାବିତ ଓ ପ୍ରଶିକ୍ଷକଙ୍କ ଆଲୋଚନା କରିଥିିଲେ ।
ଏହି ୩ଜଣ ହକି କିମ୍ବଦନ୍ତି ବାଳିକା କ୍ରୀଡ଼ାବିତଙ୍କ ସହ ହକି ଧରି ନୂତପ କୌଶଳ ବାଣ୍ଟିବା ସହ ଜୀବନ ଶିକ୍ଷା ବାଣ୍ଟିଥିଲେ । ଧନରାଜ ତାଙ୍କ ସମୟର ଅଲମ୍ପିକ୍ସ ସମୟର ସ୍ମୃତି ବାଣ୍ଟିଥିଲେ । ପିଲ୍ଲେ କହିଥିଲେ କି ନିଜକୁ କେବେ କୌଣସି ଦିଗରେ କାହା ସହ ତୁଳନ କରନାହିଁ । କିପରି ନିଜ ଖେଳରେ ଉନ୍ନତି କରିବ ସେ ଦିଗରେ କେବଳ ଲକ୍ଷ୍ୟ ରଖ । ପ୍ରଶିକ୍ଷକଙ୍କୁ ଅନୁସରଣ କରନ୍ତୁ, କୌଶଳ ଶିଖନ୍ତୁ । ଜାତୀୟ ଦଳର ସିନିୟରମାନଙ୍କୁ ଦେଖନ୍ତୁ ଓ ତାଙ୍କ ଠାରୁ କୌଶଳ ଶିଖନ୍ତୁ । ପିଲ୍ଲେ ରାଜ୍ୟ ସରକାର ଓ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ମଧ୍ୟ ବିଶ୍ୱ ହକି ୨୦୧୮ରେ ଓଡ଼ିଶା ଆୟୋଜିତ କରିଥିବା ହକି ବିଶ୍ୱକପ ବିଷୟରେ କଥା ହେଉଛନ୍ତି । ଯେଉଁଭଳି ଭାବରେ ଅତି ଚମତ୍କାର ଢ଼ଙ୍ଗରେ ଏହି ବିଶ୍ୱକପ ଆୟୋଜନ କରିଥିଲା ।
ଅନ୍ୟପଟେ ଲେନ୍ ଆୟାପ୍ପା ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି କି ଓଡ଼ିଶାରେ ସମସ୍ତ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ବ୍ୟତୀତ ଯୁବକମାନଙ୍କୁ ଏଠାରେ ସୁବିଧା ସୁଯୋଗ ଦେଇଥିବାରୁ ମୁଁ ଓଡ଼ିଶାକୁ ପ୍ରଶଂସା କରୁଛି । ରାଜ୍ୟ ୨୦୨୩ ହକି ବିଶ୍ୱକପ ଆୟୋଜନ କରିବା ଓ ହକି ଖେଳ ଓ ଯୁବ ପ୍ରତିଭାବାନ ପିଲାମାନଙ୍କୁ ସମର୍ଥନ କରୁଥିବାରୁ ଆୟାପ୍ପା ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ