Masthead

ପ୍ରେମ ପଡ଼ିଲା ମହଙ୍ଗା

ଧର୍ମଗଡ଼ (ବଡ଼ ଖବର ବ୍ୟୁରୋ): ନିଜ ବାନ୍ଧବୀ ସହ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ଜଣେ ଯୁବକ ଗିରଫ ହୋଇଛି । ଗିରଫ ଯୁବକ ହେଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ମୁନ୍ନା ବେହେରା ଓରଫ ଗୁପ୍ତେଶ୍ୱର ବେହେରା ବୋଲି ଧର୍ମଗଡ଼ ପୋଲିସ କହିଛି । ଧର୍ମଗଡ଼ର ଜଣେ ଯୁବତୀ ପାରଳାଖେମୁଣ୍ଡିସ୍ଥିତ ନିଜ ମାମୁଘରେ ରହି ପାଠ ପଢ଼ୁଥିଲେ । କୌଣସି ପ୍ରକାରେ ମୁନ୍ନାଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହି ପରିଚୟ କ୍ରମେ ପ୍ରେମରେ ପରିଣତ ହୋଇଥିଲା । ସମୟ ସୁବିଧା ଦେଖି ଦୁହେଁ ପରସ୍ପରକୁ ଭେଟୁଥିଲେ । ଏପରିକି ସେମାନେ ପରସ୍ପରକୁ ବିବାହ କରିବେ ବୋଲି ସ୍ଥିର କରିଥିଲେ । ସମୟ ସୁବିଧା ଦେଖି ସେମାନେ ଏକତ୍ର ହେଉଥିଲେ ।

ସମୟକ୍ରମେ ଯୁବତୀ ଜଣକ ନିଜ ହୋମ୍ ଟାଉନ୍ ଧର୍ମଗଡ଼ ଆସିଥିଲେ । ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ ସ୍ଥିର କରିଥିଲେ । ପ୍ରେମିକାର ଅନ୍ୟତ୍ର ବିବାହକୁ ସହ୍ୟ କରିପାରିନଥିଲେ ମୁନ୍ନା । ପରିବାରର ନିଷ୍ପତ୍ତିକୁ ନେଇ ପ୍ରେମିକ-ପେମିକା ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଶେଷରେ ମୁନ୍ନା ଅନ୍ତରଙ୍ଗ ମୂହୁର୍ତ୍ତର ସମସ୍ତ ଫଟୋ ପ୍ରେମିକାଙ୍କ ଭାବୀ ସ୍ଵାମୀ ନିକଟକୁ ପଠେଇ ଥିଲେ । ପ୍ରେମିକାଙ୍କ ଭାବୀ ସ୍ୱାମୀ ଘଟଣା ସମ୍ପର୍କରେ କଳାହାଣ୍ଡି ଏସପିଙ୍କୁ ଜଣାଇଥିଲେ । ଏସପିଙ୍କ ନିର୍ଦ୍ଦେଶରେ ଧର୍ମଗଡ଼ ଥାନାରେ ଦିଆଯାଇଥିଲା ଏତଲା । ପୋଲିସ ତଦନ୍ତ କରି ମୁନ୍ନାଙ୍କୁ ଗିରଫ କରିଛି । ମୁନ୍ନା ଳବିବାହିତ । ମିଛ କହି କଲେଜ ପଢୁଆ ଛାତ୍ରୀଙ୍କ ସହ ରଖିଥିଲା ପ୍ରେମ ସମ୍ପର୍କ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ