Before Header

ଫ୍ରିଜ ହେବ ସୌରିନଙ୍କ ଆକାଉଣ୍ଟ

0 38

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଫ୍ରିଜ ହୋଇଛି ସୌରିନଙ୍କ ଆକାଉଣ୍ଟ । ସୌରିନଙ୍କ ଦୁଇଟି ଆକାଉଣ୍ଟକୁ ଫ୍ରିଜ କରିଛି କମିଶନରେଟ ପୋଲିସ । ଦୁଇଟି ଆକାଉଣ୍ଟ କଲିକତାର ହୋଇଥିବା ସୂଚନା ମିଳିଛି ।

ତାଙ୍କର ଅନ୍ୟ ଦୁଇ ଆକାଉଣ୍ଟକୁ ଫ୍ରିଜ କରାଯିବ ବୋଲି କଟକ ଜୋନ-୨ ଏସିପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି । ଯୁବତୀଙ୍କୁ ଯୌନ ଶେଷଣ ମାମଲାରେ ସୌରିନଙ୍କ ନାଁରେ ପୋଲିସ ଜାରି କରିଛି ଲୁକ୍ ଆଉଟ ସର୍କୁଲାର । କିନ୍ତୁ ସୌରିନଙ୍କ ସନ୍ଧାନ ପାଉନି ପୋଲିସ । କଲିକତା ପୋଲିସ ସହାୟତାରେ ତାଙ୍କ ଘରେ ରେଡ କରିଥିଲା କମିଶନରେଟ ପୋଲିସ । ଏଥିପାଇଁ କଲିକତା ଯାଇଥିଲେ ୪ ଜଣିଆ ପୋଲିସ ଟିମ୍ ।

Leave A Reply

Your email address will not be published.