କଅଁଳ ବୟସରେ ଯମ ଯନ୍ତ୍ରଣା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): କଅଁଳ ବୟସରେ ସହିବାକୁ ପଡୁଛି ଅସହ୍ୟ ଯନ୍ତ୍ରଣା । ଅର୍ଥ ଅଭାବରୁ ୪ବର୍ଷର ଶିଶୁ ସହୁଛି ଯମ ଯନ୍ତ୍ରଣା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରେଇକଣା ପଞ୍ଚାୟତ ହରିଚନ୍ଦନପୁର ଗାଁରୁ ଆସିଛି ଏଭଳି ଦୁଃଖଦ ଖବର ।

ହରିଚନ୍ଦନପୁର ଗାଁର ପ୍ରଭାତ ଜେନାଙ୍କ ପୁଅ ପ୍ରଦ୍ୟୁଷ । ଖେଳକୁଦ ବୟସରେ ରୋଗଗ୍ରସ୍ଥ । ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଛଟପଟ ହେଉଛନ୍ତି । ପୁଅର ଚିକିତ୍ସା ଲାଗି ଧର୍ମଶାଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି କଟକ ବଡ଼ମେଡ଼ିକାଲ ପର୍ଯ୍ୟନ୍ତ ପରିବାର ଲୋକେ ପ୍ରଦ୍ୟୁଷଙ୍କୁ ନେଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ପ୍ରତ୍ୟୁଷଙ୍କୁ ଦିଲ୍ଲୀ ଏମ୍ସ ଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ଦିନ ମଜୁରି କରି ଚଳୁଥିବା ପ୍ରଭାତ ଟଙ୍କା କେଉଁଠୁ ଆଣିବେ ଯେ ପୁଅର ଚିକିତ୍ସା କରାଇବେ? ଭାଗ୍ୟ ଓ ଭଗବାନଙ୍କ ଉପରେ ସବୁ ଛାଡିଦେଇଛନ୍ତି ପ୍ରଭାତ । ଏହି ଅସହାୟ ପରିବାରକୁ ସ୍ଥାନୀୟ ବିଧାୟକ ଓ ଯାଜପୁର ଜିଲ୍ଲାପାଳ ସହାୟତର ହାତ ବଢ଼େଇଲେ ପ୍ରଦ୍ୟୁଷ ସୁସ୍ଥ ହୋଇପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’