Masthead

ରାଜ୍ୟରେ କାଟ୍ ଖାଇବ ପିଏମ ଶ୍ରୀସ୍କୁଲ ଯୋଜନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପ୍ରଥମେ ସ୍ୱାସ୍ଥ୍ୟ, ଏବେ ଶିକ୍ଷା । କେନ୍ଦ୍ରର ଯୋଜନାକୁ ଲାଗୁ କରିବାକୁ ଦେଉନାହାନ୍ତି ରାଜ୍ୟ ସରକାର । ପିଏମ୍ ଶ୍ରୀସ୍କୁଲ ଯୋଜନାକୁ ଲାଗୁ କରାଇ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ଓଡ଼ିଶାରେ ଆୟୁଷ୍ମାନ ଭାରତ ଦଶା ଭୋଗିବ ପିଏମ ଶ୍ରୀସ୍କୁଲ । ମୋଦି ସରକାରଙ୍କ ଠାରୁ କୌଣସି ଦାବି ହାସଲ କରିବା ପାଇଁ ତତ୍ପର ନୁହଁନ୍ତି ନବୀନ ସରକାର । ମୋଦି ସରକାରଙ୍କ ୨ଟି ଫ୍ଲଗସିପ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ ଗ୍ରହଣ କରିନାହାନ୍ତି ମୁଖ୍ୟମନ୍ତ୍ରୀ । ଏବେ ଆୟୁଷ୍ମାନ ଯୋଜନା ଭଳି ପିଏମ ଶ୍ରୀସ୍କୁଲ ଯୋଜନାକୁ ମଧ୍ୟ ରାଜ୍ୟରେ ଲାଗୁ କରିବାକୁ ମନା କରି ଦେଇଛନ୍ତି ସରକାର ।

ତେବେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୃତୀୟ ଥର ପାଇଁ ଚିଠି ଲେଖିଛନ୍ତି । ଭାରତ ସରକାରଙ୍କ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସହ ଆଉ ବିଳମ୍ବ ନକରି ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ପ୍ରାୟ ସବୁ ରାଜ୍ୟରେ ପିଏମ ଶ୍ରୀସ୍କୁଲ ଯୋଜନା ଲାଗୁ କରି ସାରିଲେଣି । କିନ୍ତୁ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କେନ୍ଦ୍ର ଯୋଜନାରୁ ଫାଇଦା ନେବାକୁ ଆଗ୍ରହୀ ନୁହଁନ୍ତି ନବୀନ ସରକାର । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଳରେ ନବୀନ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇ ଦେଲେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ମଧ୍ୟ ଖାତିର କଲେ ନାହିଁ । ସେହିପରି ପିଏମ ଶ୍ରୀସ୍କୁଲ ଯୋଜନା ମଧ୍ୟ ଓଡ଼ିଶାରେ ଲାଗୁ ହେଲା ଭଳି ମନେ ହେଉନାହିଁ । କେନ୍ଦ୍ର ସରକାରଙ୍କ ସହିତ ଏକ ଅଜବ ସମ୍ପର୍କରେ ଅଛନ୍ତି ନବୀନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ