Before Header

ଦାବି ଜୋରଦାର ପରେ ଖୋଲିଲା ପଶ୍ଚିମ ଦ୍ୱାର

0 31

ପୁରୀ (ବଡ଼ ଖବର ବ୍ୟୁରୋ): ଜୋର ଧରିଥିଲା ଶ୍ରୀମନ୍ଦିର ଦାବି । ଦାବି ଜୋରଦାର ହେବା ପରେ ଏବେ ଖୋଲିଛି ପଶ୍ଚିମ ଦ୍ୱାର । ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀବାସୀଙ୍କ ପାଇଁ ଏହି ଦ୍ୱାର ଖୋଲାଯାଇଛି । ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । କରୋନା ଠାରୁ ତିନି ଦ୍ୱାର ବନ୍ଦ ଥିଲା । କେବଳ ସିହଂଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଥିଲେ ଭକ୍ତ ।

ସ୍ଥିତି ସ୍ୱଭାବିକ ହେବା ପରେ ମଧ୍ୟ ଦ୍ୱାର ଖୋଲା ଯାଇନଥିଲା । ଯାହାକୁ ନେଇ ଦୀର୍ଘ ଦିନ ହେବ ଦାବି ହୋଇଆସୁଥିଲା । ଗତକାଲି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଆଉ ଗୋଟିଏ ଦ୍ୱାର ଖୋଲିବା ପାଇଁ କହିଥିଲେ । ଆଉ ଏବେ ପଶ୍ଚିମଦ୍ୱାର ଖୋଲିଛି ପ୍ରଶାସନ । ଆଉ ଦୁଇଟି ଦ୍ୱାର ଖୁବଶୀଘ୍ର ଖୋଲିବା ନେଇ ନଆଯିବ ନିଷ୍ପତ୍ତି ।

Leave A Reply

Your email address will not be published.