ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟରେ ମାଆ କାଳୀଙ୍କୁ ଅପମାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁକ୍ରେନରେ ମା’ କାଳୀଙ୍କୁ ଅପମାନ । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟରେ ମାଆ କାଳୀଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଛି । ଯାହାକୁ ନେଇ ଭାରତରେ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଭଳି ପୋଷ୍ଟକୁ ଅପମାନଜନକ ଓ ‘ହିନ୍ଦୁଫୋବିକ୍’ ବୋଲି‌ କହିଛନ୍ତି। ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଛବିରେ ହଲିଉଡ୍ ଅଭିନେତ୍ରୀ ମାରିଲିନ ମନରୋଙ୍କ ପରି ମାଆ କାଳୀଙ୍କୁ ପ୍ରଦର୍ଶିତ କରାଯାଇଛି। ଏହା ଦ୍ୱାରା ହିନ୍ଦୁ ଦେବୀଙ୍କୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ ହୋଇଛି। ବିରୋଧ ପରେ ଏହସ ପୋଷ୍ଟକୁ ଡିଲିଟ କରି ଦିଆଯାଇଛି । ୟୁକ୍ରେନ ଏଥିପାଇଁ କ୍ଷମା ମାଗୁ ବୋଲି ମଧ୍ୟ ଦାବି କରାଯାଇଛି । ହିନ୍ଦୁ ଦେବୀଙ୍କୁ ନେଇ ଏପରି କାର୍ଟୁନ ବନେଇବା ଦୁର୍ଭାଗ୍ୟଜନକ ଓ ହିନ୍ଦୁ ବିଶ୍ବାସ ପ୍ରତି ଅପମାନ ବୋଲି ଲୋକେ ଲେଖିଛନ୍ତି। ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’