Masthead

‘ବଲାଙ୍ଗୀରରେ ପ୍ରତିଭାର ଅଭାବ ନାହିଁ’

ବଲାଙ୍ଗୀର (ବଡ଼ ଖବର ବ୍ୟୁରୋ):  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଗସ୍ତରେ ଆସି ପିଆର ହାଇସ୍କୁଲର ଜାତୀୟ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମର ଶୁଭ ଉଦଘାଟନ କରିଛନ୍ତି। ଖେଳର ବିକାଶ ହେଲେ ଦେଶର ମଧ୍ୟ ବିକାଶ ହେବ ବୋଲି ସେ କହିଛନ୍ତି। ବଲାଙ୍ଗୀରବାସି ମୋଦୀଙ୍କ ଉପରେ ରଖିଥିବା ଭରସା କେବେ ତୁଟିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାତମୁଠାକୁ କୁ ଟାଣ କରିବା ଆବଶ୍ୟକ ଅଛି ଓ ଏହା ପାଇଁ ବଲାଙ୍ଗୀର ବାସି ଆଶୀର୍ବାଦ କରନ୍ତୁ ବୋଲି ସେ କହିଛନ୍ତି। ବଲାଙ୍ଗୀରରେ ପ୍ରତିଭାର ଅଭାବ ନାହିଁ । ଏହିଭଳି ଖେଳ ପାଇଁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ରହିଛି। ଯାହାପାଇଁ ଏଠି ଏକ ଉଚ୍ଚ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମର ଦାବି ହୋଇ ଆସୁଥିଲା।

ଗତ ୨୦୧୯ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏହା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଗେଲ ଇଣ୍ଡିଆ କମ୍ପାନୀକୁ ସିଏସଆର୍ ପାଣ୍ଠିରେ ଏକ ଜାତୀୟ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମ୍ ତିଆରି ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହାର ସେ ଶିଳାନ୍ୟାସ ମଧ୍ୟ କରିଥିଲେ। ସ୍ଥାନୀୟ ପିଆର୍ ହାଇସ୍କୁଲ ଷ୍ଟାଡିୟମରେ ଏହି ଜାତୀୟ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମ୍ ଲୋକାର୍ପିତ ହୋଇଛି। ଏ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହ ଦେଓ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ କେ ଭି ସିଂହଦେଓ, ଗେଲ କମ୍ପାନୀ ଡାଇରେକ୍ଟର ଦୀପକ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ୯.୯ କୋଟି ଟଙ୍କା ବ୍ୟୟରେ ଏହି ଜାତୀୟ ସ୍ତରୀୟ ଇଣ୍ଡୋର ଷ୍ଟାଡିୟମ୍ ତିଆରି ହୋଇ ଲୋକାର୍ପିତ ହୋଇଛି। ଏଥିରେ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଇଣ୍ଡୋର୍ ଷ୍ଟାଡିୟମ୍ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଭଲ । ହେଲେ ଇଣ୍ଡୋର୍ ଷ୍ଟାଡିୟମ୍ ଉଦଘାଟନ ହୋଇଥିଲେ ବି କାର୍ଯ୍ୟ ଅସମ୍ପୂର୍ଣ୍ଣ ପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ । କାନ୍ଥରେ ଫାଟ, ଏସି ନାହିଁ, ଇକୋ ଆଦି ସମସ୍ୟା ରହିଛି । ତେଣୁ ସେସବୁର ସମାଧାନ କରିବା ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ