Masthead

ଶହୀଦ ସ୍ତମ୍ଭକୁ ଅସମ୍ମାନ

ଗଁଦିଆ, (ବଡ଼ ଖବର ବ୍ୟୁରୋ): ବୀର ଶହୀଦମାନେ ନିଜ ଜୀବନକୁ ବାଜି ଲଗାଇ ଆମକୁ ସ୍ୱାଧୀନ କରିଥିଲେ । ଯାହାଙ୍କ ପାଇଁ ଆମେ ଦୃଢ ଭାବରେ ଆମେ ସ୍ୱାଧୀନ ବୋଲି କହିପାରୁଛନ୍ତିି । କିନ୍ତୁ ସେହି ଶହୀଦମାନଙ୍କୁ ଅସମ୍ମାନ କରିବାର ଦୃଶ୍ୟ ଅନେକ ଜାଗାରେ ଦେଖିବାକୁ ମିଳୁଛି । ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ । ଗଁଦିଆ ବ୍ଲକରେ କାର୍ୟ୍ୟରତ ଥିବା ଏବିଡ଼ିଓ କିଭଳି ଜୋତା ପିନ୍ଧି ବୀର ଶହୀଦ ସ୍ତମ୍ଭକୁ ଅସମ୍ମାନ କରୁଛନ୍ତି ତାହାର ଦୃଶ୍ୟ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଗଁଦିଆ ବ୍ଲକରେ ଥିବା ଶହୀଦ ସ୍ତମ୍ଭକୁ କିପରି ଜଣେ ସରକାରୀ ବାବୁ ସମ୍ମାନ ଦେଉଛନ୍ତି ତାହା ଏହି ଚିତ୍ରରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ସ୍ୱାଧୀନତା ଓ ସାଧାରଣତନ୍ତ୍ର ଦିବସରେ ଲୋକଦେଖାଣିଆ ସମ୍ମାନ ଦେଉଥିବା ଭଦ୍ର ସରକାରୀ ବାବୁଙ୍କର ଇଏ ହେଉଛି ଅସଲ ଚେହେରା ।  ଉକ୍ତ ଘଟଣାରେ କାର୍ୟ୍ୟରତ ଏବିଡ଼ିଓଙ୍କ ଉପରେ ତୁରନ୍ତ କାର୍ଯାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ