Masthead

ଖୋଲିଲା ହୀରାକୁଦ ଡ୍ୟାମ୍

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ଖୋଲିଲା ହୀରାକୁଦର ଡ୍ୟାମ ଗେଟ୍ । ଚଳିତ ବର୍ଷ ପ୍ରଥମଥର ପାଇଁ ଖୋଲିଲା ଡ୍ୟାମ । ହୀରାକୁଦର ୭ଟି ଗେଟ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଛି । ପର୍ୟ୍ୟାୟ କ୍ରମେ ଆଜି ୨୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ମଧ୍ୟାହ୍ନ ୧୨ଟା ୩୦ରେ ୬ଟି ଗେଟ ଖୋଲାଯିବ । ଅପରାହ୍ନ ୨ଟା ୩୦ ମିନିଟରେ ବାକି ସମସ୍ତ ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ହୀରାକୁଦର ଛଡ଼ାଯାଇଥିବା ବନ୍ୟାଜଳ ଆସନ୍ତାକାଲି ସକାଳେ ଖଇରାମାଲରେ ପହଂଚିବ । ହୀରାକୁଦରୁ ପାଣି ପହଞ୍ଚିବା ପରେ କାଲି ସକାଳ ୮ ଟାରେ ଖଇରମାଳ ଠାରେ ସାଢେ ୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ସେହିପରି ୩୦ ତାରିଖ ସକାଳେ ପହଞ୍ଚିବ ମୁଣ୍ଡଳିଠାରେ ପହଂଚିବ ପ୍ରଥମ ବର୍ଷା ଜଳ । ଜୁଲାଇ ୩୦ ପୂର୍ବାହ୍ନ ୧୧ଟାରେ ମୁଣ୍ଡଳିଠାରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।

ସକାଳ ୯ଟା ୩୦ ମିନିଟରେ ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ତା’ ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ୭ଟି ଗେଟ୍ ଖୋଲିଛି । ଗେଟ୍ ଖୋଲା ପୂର୍ବରୁ ‘ଗତ ୨ ଦିନ ହେଲା ପ୍ରଚାର ଗାଡି ଜରିଆରେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଡ୍ୟାମରୁ ବନ୍ୟା ଜଳ  ନିଷ୍କାସନ ସମୟରେ କେହି ମହାନଦୀ ମଧ୍ୟକୁ ଶୌଚକର୍ମ ପାଇଁ ନ ଯିବାକୁ ଓ ଗୃହ ପାଳିତ ପଶୁମାନଙ୍କୁ ନ ଛାଡିବାକୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି ।

ତେବେ ଆସନ୍ତା ୩୧ ତାରିଖ ଯାଏଁ ଛେଚିବ ବର୍ଷା । ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୫ଟି ଜିଲ୍ଲା ହେଲା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଓ ନବରଙ୍ଗପୁର। ଏହି ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମିବା ଆଶଙ୍କା ରହିଛି। ତେଣୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ କରିଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି