Masthead

ଶଳାଙ୍କ ପାଇଁ ଭିଣେଇଙ୍କ କଟିଲା କି ଟିକେଟ?

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଏବେ ଶୀର୍ଷ ଆଲୋଚନାର ବିଷୟବସ୍ତୁ ପାଲଟିଛି ସୁରଙ୍କ ବଂଶବାଦ ରାଜନୀତି। ଲୋକେ କୁହାକୁହି ହୋଉଛନ୍ତି କୁଆଡେ ରାଉତରାୟଙ୍କ ଫ୍ୟାମିଲି ପାଇଁ କଂଗ୍ରେସ ସତ୍ୟବାଦୀରେ ଦଳର ଟାଣୁଆ ନେତା, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଟିକେଟରୁ କଲା ବଞ୍ଚିତ। ପ୍ରସାଦ, ଶରତ ପଟ୍ଟନାୟକଙ୍କ ପୂର୍ବ ପିସିସି ମୁଖିଆଙ୍କୁ ନେଇ ଦିନେ ଦଳ ଉପରେ ନାଖୁସ ଥିଲେ । ଏମିତିକି କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପିସିସି ପ୍ରତି ଥିବା ଉଦ୍ଦବେଗ ପ୍ରକାଶ କରିବା ସହ ସେତେବେଳେ ଆଉ ଲଢିବେ ନାହିଁ ବି କହିଥିଲେ ।

କିନ୍ତୁ ଶରତ ପିସିସି ମଙ୍ଗୁଆଳ ସମ୍ଭାଳିବା ପରେ ଦଳରେ ପୁଣି ସେ ତାଙ୍କର ସକ୍ରିୟତା ଦେଖାଉଥିଲେ । ଏମିତିକି ବିଭିନ୍ନ ପଦ ପଦାବୀରେ ମଧ୍ୟ ରହି ଆସୁଛନ୍ତି । ଏଆଇସିସି ଓ ପିସିସି ବି ତାଙ୍କୁ ଗୁରୁତ୍ୱ ଦେଉଛି । ହେଲେ ୨୪ ନିର୍ବାଚନରେ ତାଙ୍କ ଭଳି ଜଣେ ତୁଙ୍ଗ ନେତାଙ୍କୁ କିମ୍ବା ସେ ଦୂରେଇ ରହିବା ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । ଯିଏ ସତ୍ୟବାଦୀରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି ମନ୍ତ୍ରୀ ବନିଥିଲେ ସେ ଲଢେଇରୁ ରହିଗଲେ ଦୂରେଇ । ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି କି ସାନ ଶଳା ମନ୍ମଥ ରାଉତରାୟ ବିଜେଡିରେ ମିଶି ଭୁବନେଶ୍ୱର ବିଜେଡି ପ୍ରାର୍ଥୀ ହେବାପରେ ତାଙ୍କୁ ଏ ଦଶା ଭୋଗିବାକୁ ପଡିଲା।

କୁହାଯାଉଛି କି ପ୍ରସାଦଙ୍କ ଶଶୁର ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସବୁ ପ୍ଲାନ୍ ଫେଲ ମାରିଛି। ଯାହା ଫଳରେ ପ୍ରସାଦ ଓ ବଡ଼ ପୁଅ ସିଦ୍ଧାର୍ଥଙ୍କୁ ମିଳିନି କଂଗ୍ରେସ ଟିକେଟ । ଏବେ ସାରା ରାଜ୍ୟରେ ଗୋଟେ ଚର୍ଚ୍ଚା ଶଳା ପାଇଁ ଗଲା ଭିଣେଇ ଟିକେଟ !

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ