Masthead

ଗାନ୍ଧି ସାବରକର ରାଜନୀତି…

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିନାୟକ ଦାମଦୋର ସାବରକର । ଏବେ ପୁଣି ଚର୍ଚ୍ଚାରେ । ଯାହାଙ୍କୁ ବିଜେପି ଓ ଆରଏସଏସ ନିଜ ଆଇକନ ଭାବି ଆସିଛି । ଆରଏସଏସର ହିନ୍ଦୁତ୍ୱ ଚିନ୍ତା ଯାହାଙ୍କ ଚିନ୍ତାରେ ପ୍ରେରିତ ହୋଇଛି । ସ୍ୱାଧୀନତା ସଂଗ୍ରମାୀ ସାବରକର ବହୁବାର ବିବାଦ ମଧ୍ୟକୁ ଆସିଛନ୍ତି, ତାଙ୍କୁ ନେଇ ଅନେକ ସମାଲୋଚନା କରାଯାଇଛି । । ଆଉ ଯେବେ ବି ସାବରକରଙ୍କୁ ସମାଲୋଚନା କରାଯାଇଛି ବିଜେପି, ଆରଏସଏସର କର୍ମୀ ମାନେ ଏହାକୁ ଦୃଢ଼ ବିରୋଧ କରିଛନ୍ତି । କିନ୍ତୁ ସାବରକଙ୍କ ଉପରେ ଏକ ପୁସ୍ତକ ରିଲିଜ ଅବସରରେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ ଏକ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଏବେ ପୁଣି ସମାଲୋଚନା ଭିତରକୁ ଆସିଛନ୍ତି ସାବରକର ।

ରାଜନାଥ ସିଂ କହିଛନ୍ତି ଯେ,”ସାବରକର ଙ୍କ ବିଷୟରେ ବାରମ୍ବାର ମିଥ୍ୟା ପ୍ରଚାର କରାଯାଇଛି । ତେବେ ଜେଲରୁ ମୁକ୍ତ ହେବା ପାଇଁ ସାବରକର ଅନେକ କ୍ଷମା ପ୍ରାର୍ଥନା ଆବେଦନ କରିଥିଲେ, ଆଉ ଏହି କ୍ଷମା ପ୍ରାର୍ଥନା ଆବେଦନ କରିବାକୁ ତାଙ୍କୁ ମହାତ୍ମା ଗାନ୍ଧି କହିଥିଲେ” । ତେବେ ଏହି କଥା ସାମ୍ନାକୁ ଆସିବା ପରେ ଏବେ ସବୁଆଡ଼େ ବିଜେପି ଓ ଆରଏସଏସକୁ ସମାଲୋଚନା କରାଯାଉଛି । କାହିଁକି ନା ବୋଧ ହୁଏ ପ୍ରଥମ ଥର ପାଇଁ ବିଜେପିର ଜଣେ ବରିଷ୍ଠ ନେତା ସ୍ୱିକାର କରିଛନ୍ତି ଯେ, ସେମାନଙ୍କ ଦଳର ପ୍ରମୁଖ ବ୍ୟକ୍ତି ସାବରକର ବ୍ରିଟିଶ ମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । କାରଣ ବିଜେପି ତରଫରୁ ସବୁ ବେଳେ କୁହାଯାଇଆସିଛି ଯେ, ଆଣ୍ଡାମାନର ଜେଲରେ ସାବରକର ଅତ୍ୟନ୍ତ ନିର୍ଯାତନା ସହିଥିଲେ । ଅମାନୁଷିକ ଅବସ୍ଥାକୁ ସାହସର ସହ ସାମ୍ନା କରିଥିଲେ । କିନ୍ତୁ ନିଜ ଆଇକନଙ୍କ ବିଷୟରେ ଏପରି କହିବା ପରେ ଏହାକୁ ଠିକ କରିବାକୁ ଗାନ୍ଧିଙ୍କ ନାଁ ନିଆଯାଉଛି ବୋଲି ଶୁଣିବାକୁ ମିଳୁଛି ।

ଅନେକ ଗାନ୍ଧିବାଦୀ ରାଜନାଥ ସିଂଙ୍କୁ ପ୍ରଶ୍ନ କରିଛନ୍ତି ଯେ, ନିଜେ ଗାନ୍ଧିଜି ସ୍ୱାଧିନତା ପାଇଁ ସଂଗ୍ରାମ କରି ୧୧ଥର ଜେଲ ଯାଇଥିଲେ । ସେ ବ୍ରିଟିଶମାନଙ୍କୁ ତାଙ୍କୁ ଛାଡ଼ିବାକୁ କ୍ଷମା ପ୍ରାର୍ଥନା କରିଥିଲେ କି? ଯଦି ନାଁ ତେବେ ସାବରକରଙ୍କୁ କ୍ଷମା ପ୍ରାର୍ଥନା ଆବେଦନ କରିବାକୁ କିପରି କହିବେ? ତେବେ ଏହି ଘଟଣାକୁ ନେଇ ଅନେକ ବାଦ ବିବାଦ ଲାଗି ରହିଛି । ଏଜି.ନୁରାନୀ ତାଙ୍କ ପୁସ୍ତକରେ ସାବରକର ଏବଂ ହିନ୍ଦୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି । ତାଙ୍କ ପୁସ୍ତକରେ ସେ ଲେଖିଛନ୍ତି ଯେ, ସାବରକର ଗୋଟିଏ କିମ୍ବା ଦୁଇଟି ନୁହେଁ ସେ ଅନେକ ଥର ବ୍ରିଟିଶ ମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ନୁରାନୀ ତାଙ୍କର ଏହି ପୁସ୍ତକ ପାଇଁ ତଥ୍ୟ ଭାରତର ଜାତୀୟ ଅଭିଲେଖାଗାରରୁ ପାଇଥିଲେ । ସାବରକରଙ୍କୁ ବ୍ରିଟିଶ ଅଧିକାରୀଙ୍କ ହତ୍ୟା ଓ ନିର୍ଯାତନା ଅଭିଯୋଗରେ ଗିରଫ କରାଯାଇଥିଲା ।

ଜୁନ ୧୯୧୧ରେ ଆଣ୍ଡାମାନ ଜେଲର କାରାଗାରରେ ତାଙ୍କୁ ରଖାଯାିଥିଲା । ଗିରଫ ହେବାର କିଛି ଦିନ ମଧ୍ୟରେ ହିଁ ସାବରକର ପ୍ରଥମ କ୍ଷମା ନିବେଦନ ପଠାଇଥିଲେ । ଯଦିଓ ଏହି ପ୍ରଥମ ଆବେଦନର ଉଲ୍ଲେଖ ୧୯୧୧ ଆବେଦନ ପାଠରେ ଉଲ୍ଲେଖ ନାହିଁ ତଥାପି, ସେ ନଭେମ୍ବର ୧୪, ୧୯୧୩ରେ ବ୍ରିଟିଶ କର୍ତ୍ତୁପକ୍ଷଙ୍କୁ କ୍ଷମା ନିବେଦନ ପଠାଇଥିବା ସୂଚନା ରହିଛି । ଏହି ନିବେଦନରେ ପ୍ରକୃତରେ ଅପରାଧୀଙ୍କୁ ବ୍ରିଟିଶ ସେବା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ସାବରକର ।

ତେବେ ୧୯୧୧ରୁ ୧୯୧୩ ମଧ୍ୟରେ ଯେତେବେଳେ ସାବରକର ଏହି କ୍ଷମା ପ୍ରାର୍ଥନା ଆବେଦନ କରିଥିଲେ ସେହି ସମୟରେ ମହାତ୍ମା ଗାନ୍ଧି ପ୍ରକୃତରେ ଦକ୍ଷିଣ ଆଫ୍ରିକାରେ ଥିଲେ । ୧୯୧୫ରେ ଗାନ୍ଧି ଭାରତ ଫେରିଥିଲେ । ତେବେ ସେ କିପରି ସବାରକରଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେଲେ ଏହି ହିଁ ବଡ଼ ପ୍ରଶ୍ନ । ତେବେ ଏହି ତଥ୍ୟ ପ୍ରମାଣ ଛଡ଼ା ଅନ୍ୟ ଏକ ପ୍ରମାଣ ମଧ୍ୟ ରହିଛି, ଯାହାକି ରାଜନାଥ ସିଂଙ୍କ କଥାକୁ ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ କରୁଛି ।

ଗାନ୍ଧିଙ୍କ ସଂଗୃହିତ କାର୍ଯ୍ୟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାନୁଆରୀ ୧୯୨୦ରେ ଗାନ୍ଧି ସାବରକରଙ୍କ ଭାଇଙ୍କ ପାଖରୁ ଏକ ଚିଠି ପାଇଥିଲେ । ଯାହାକି ତାଙ୍କ ଦୁଇ ଭାଇଙ୍କୁ ମୁକ୍ତ କରିବାକୁ କଣ କରାଯିବା ଉଚିତ ହେବ ବୋଲି ପରାମର୍ଶ ମାଗିଥିଲେ । ଯାହାର ଉତ୍ତରରେ ଗାନ୍ଧି ଜି ଏକ ସ୍ପଷ୍ଟ ଉତ୍ତର ଦେଇଥିଲେ, ଆପଣଙ୍କୁ ପରାମର୍ଶ ଦେବା କଷ୍ଟ ସାଧ୍ୟ, ମୋର ପରାମର୍ଶ ହେଉଛି ଯେ, ଆପଣଙ୍କ ଭାଇଙ୍କ ଦ୍ୱାରା କରାଯାଇଥିବା ଅପରାଧ କେବଳ ରାଜନୈତିକ ବୋଲି ଏକ ସତ୍ୟପାଠ ଦର୍ଶାଇ ସଂକ୍ଷିପ୍ତ ଆବେଦନ କରିବା । କିନ୍ତୁ ବ୍ରିଟିଶ ମାନଙ୍କୁ ସାବରକର ଯାହା ଲେଖିଥିଲେ ତାହା ଗାନ୍ଧିଙ୍କ ପରାମର୍ଶ ସହ ସମାନ ନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ