Masthead

ବିଜେଡିର ପୋଷ୍ଟର ମରାକୁ ନେଇ ହିଂସାକାଣ୍ଡ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ଛକରେ ବିଜେଡିର ବ୍ୟାନର ଲଗାଇବାକୁ ନେଇ ଆକ୍ରମଣ । ଭଦ୍ରକ ଜିଲ୍ଲାର ବାସୁଦେବପୁର ନିର୍ବାଚନମଣ୍ଡଳିରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ରକ୍ତ ମୁଖା ହୋଇଛନ୍ତି ଭାରତୀୟ ଜନତାପାର୍ଟିର କାଉନସିଲର ଜଗବନ୍ଧୁ ଦାସ । ବାସୁଦେବପୁର ପୌରପାଳିକାର ପାଞ୍ଚ ନମ୍ବର ୱାର୍ଡର ବିଜେପି କାଉନସିଲରଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ସତ୍ୟକାନ୍ତ ନାୟକ । ଜଗବନ୍ଧୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡ଼ିଛି ।

ବାସୁଦେବପୁର ଡାକ୍ତରଖାନାର ପ୍ରାଥମିକ ଚିକିତ୍ସା ପରେ କଟକ ରେଫର କରାଯାଇଛି । ସୂଚନା ଅନୁସାରେ ଛକରେ ବିଜେଡିର ବ୍ୟାନର ଲଗାଇବାକୁ ନେଇ ଜଗବନ୍ଦଉ ଓ ସତ୍ୟକାନ୍ତଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । କାଉନସିଲର ଜଗବନ୍ଧୁ ଦାସ, ତାଙ୍କର ସାନଭାଇ ରୂପକ ଦାସ ଓ ସହଯୋଗୀଙ୍କ ସହ ଏକ ଭୁଜାଲିରେ କରିଥିଲେ ଆକ୍ରମଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜଗବନ୍ଧୁ ଦାସଙ୍କୁ ଥାନାର ଅଟକ ରଖିଛନ୍ତି । ସେପଟେ ଜୀବନ ମରଣ ସହିତ ଲଢେଇ କରୁଥିବା ସତ୍ୟକାନ୍ତ ନାୟକଙ୍କୁ କଟକ ବଡ ମେଡିକାଲ ରେଫର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା