ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଚାକିରି ହରାଇଲେ ଯବାନ । ଭିଜା ବୈଧତା ଶେଷ ପରେ ଜାଣିଶୁଣି ସ୍ତ୍ରୀଙ୍କୁ ଲଚୁାଇ ରଖିଥିଲେ ସିଆର୍‌ପିଏଫ୍‌ କନ୍‌ଷ୍ଟେବଲ ମୁନିର ଅହମଦ । ତାଙ୍କୁ ଶନିବାର ଚାକିରିରୁ ବହିଷ୍କାର କରାଯାଇଛି। ଭିଜା ବୈଧତା ଶେଷ ହେବା ପରେ ଜମ୍ମୁ ବାସିନ୍ଦା ଯବାନ ମୁନିର ଜାଣିଶୁଣି ସ୍ତ୍ରୀଙ୍କୁ ଆଶ୍ରୟ ଦେଇଥିଲେ। ତାଙ୍କ କାର୍ଯ୍ୟ ସେବା ନିୟମାବଳୀର ଉଲ୍ଲଂଘନ ଏବଂ ଜାତୀୟ ସୁରକ୍ଷା ପ୍ରତି କ୍ଷତିକାରକ ବୋଲି ସିଆର୍‌ପିଏଫ୍‌ କହିଛି ।

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ସରକାର ପାକିସ୍ତାନୀଙ୍କ ଭିଜା ରଦ୍ଦ କରିଥିବାବେଳେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁନିରଙ୍କ ସ୍ତ୍ରୀ ମିନାଲ ଖାନ୍‌ ପାକିସ୍ତାନୀ ହୋଇଥିବାବେଳେ ତାଙ୍କୁ ଦେଶ ଛାଡ଼ିବାକୁ ଗତ ୨୯ ତାରିଖରେ ଅଟ୍ଟାରୀ-ଓ୍ବାଘା ସୀମାକୁ ନିଆଯାଇଥିଲା। ଶେଷ ମୁହୂର୍ତ୍ତରେ ଜମ୍ମୁ-କଶ୍ମୀର ହାଇକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇ ଭାରତରେ ୧୦ ଦିନ ରହିବାକୁ ଅନୁମତି ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’