Masthead

ଆରଏସଏସକୁ ତାଲିବାନ ସହ ତୁଳନା କଲେ ଦିଗବିଜୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣିଥରେ ନିଜର ବୟାନକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ରହିଛନ୍ତି । କର୍ମଜୀବୀ ମହିଳାଙ୍କୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କ ବୟାନ ପରେ କଂଗ୍ରେସ ନେତା ଦିଗବିଜୟ ତାଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଥିଲା । ତେବେ ଭାଗବତ ନିକଟରେ କହିଥିଲେ ପୁରୁଷଙ୍କ କାମ ହେଲା ରୋଜଗାର କରିବା ଓ ମହିଳା ଗୃହିଣୀ ହୋଇ ରହିବା ଭଲ ।

ଏବେ ତାଲିବାନ ତା’ର ଶାସନକୁ ନେଇ କହିଛି ମହିଳା କେବଳ ପିଲା ଜନ୍ମ କରିବା ଉଚିତ । ଅପରପକ୍ଷରେ ଏ କଥା ସମ୍ନାକୁ ଆସିବା ପରେ କଂଗ୍ରେସ ନେତା ଆରଏସଏସକୁ ନେଇ ବଡ଼ ବୟାନ ଦେଇଛନ୍ତି । ତେବେ କର୍ମଜୀବି ମହିଳାଙ୍କୁ ନେଇ ଆରଏସଏସ ଓ ତାଲିବାନର ବିଚାରାଧାରା ସମାନ ନୁହେଁ କି ।

ଦ୍ୱିତୀୟଥର ଲାଗି ଦିଗବିଜୟ ଆରଏସଏସକୁ ଆତଙ୍କବାଦୀ ସଂଙ୍ଗଠନ ସହ ତୁଳନା କରିଛନ୍ତି । ଅନ୍ୟପଟେ ସଙ୍ଗୀତଜ୍ଞ ଜାଭେଦ ଅଖତର ମଧ୍ୟ ଆରଏଏସକୁ ନେଇ ବଡ଼ ବୟାନ ଦେଇଥିଲେ । ଏହା ପରେ ଆରଏସଏସ କର୍ମୀମାନେ ତାଙ୍କ ମୁମ୍ବାଇସ୍ଥିତ ବାସଭବନ ସମ୍ମୁଖରେ ପ୍ରତିବାଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ