Masthead

ଦିଲ୍ଲୀକୋର୍ଟରେ ଦିଲ୍ଲୀପ ରାୟ ଦୋଷୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀରେ ଥିବା ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋଇଲା ଦୁର୍ନୀତି ମାମଲାରେ ସେ ହୋଇଛନ୍ତି ଦୋଷୀ ସାବ୍ୟସ୍ତ । ତାଙ୍କସହ କୋଇଲା ମନ୍ତ୍ରଣାଳୟର ୨ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ, ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡ୍ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋଇଲା ଦୁର୍ନୀତି ମାମଲାରେ ଏନଡିଏ ସରକାରର ଜଣେ ମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ଦେଶରେ ପ୍ରଥମ । ୧୯୯୯ ମସିହାରେ ଦିଲ୍ଲୀପ ଏନଡିଏ ସରକାରରେ କୋଇଲା ମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା । ଝାଡଖଣ୍ଡର ଗିରିଡିହିରେ ଥିବା ବରମଡିହା କୋଇଲା ବ୍ଲକ୍ ନିଲାମ ବେଳେ ଦୁର୍ନୀତିର ଗନ୍ଧ ବାହାରିବାରୁ ଦିଲ୍ଲୀର ସିବିଆଇ ସ୍ୱତନ୍ତ୍ର କୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅଦାଲତ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମାତ୍ର ସେ ନିର୍ଦୋଷ,ଏହି ମାମଲାକୁ ପୁନଃବିଚାର କରିବାଲାଗି ବ୍ୟକ୍ତି ଜଣକ ଅଦାଲତଙ୍କୁ ନିବେଦନ କରିଥିଲେ ।

ଆରମ୍ଭ ହୋଇଥିଲା ଖୋଳତାଡ । ଅଦାଲତଙ୍କ ସମନ ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୭ ମସିହାରେ କୋର୍ଟରେ ହାଜର ହୋଇଥିଲେ । ସିବିଆଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଏହି ମାମଲାର ବିଚାରକରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଚଳିତ ମାସ ୧୪ ତାରିଖରେ ହେବ ଦଣ୍ଡ ଶୁଣାଣି । କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିର ତନନ୍ତ କରୁଥିଲା ସିବିଆଇ ।

ଅଦାଲତଙ୍କ ରାୟ ସମ୍ପର୍କରେ ମତାମତ ଜାଣିବାଲାଗି ଦିଲ୍ଲୀରେ ଥିବା ଦିଲ୍ଲୀପ ରାୟଙ୍କ ସହ ‘ବଡ଼ ଖବର’ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ମାତ୍ର ତାଙ୍କସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । କିନ୍ତୁ ଶ୍ରୀ ରାୟଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ, ଏହି ରାୟ ବ%

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା