Masthead

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦

ବିଶାଖାପାଟଣା (ବଡ଼ ଖବର ବ୍ୟୁରୋ): ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ବିଶାଖାପାଟଣାରେ ଖେଳାଯିବ। ନୂତନ ଅଧିନାୟକ ଓ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଦୁଇ ଦଳ ଉକ୍ତ ଶୃଙ୍ଖଳା ଖେଳିବେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଖେଳିବ। ଭାରତୀୟ ଦଳରେ ଦିନିକିଆ ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ୧୫ଜଣିଆ ଖେଳାଳିଙ୍କ ମଧ୍ୟରୁ ମାତ୍ର ୩ଜଣ ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ଟି୨୦ ଶୃଙ୍ଖଳାରେ ସ୍ଥାନ ପାଇଛନ୍ତି।

ଓପନିଂରେ ଇଶାନ କିଷନଙ୍କ ସହ ଯଶସ୍ୱୀ ଜୟସୱାଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା ଖେଳିବା ନିଶ୍ଚିତ ମନେ କରାଯାଉଛି। ରିଙ୍କୁ ସିଂହ ଓ ଋତୁରାଜ ଗାଏକ୍ୱାର୍ଡଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ। ଅଲରାଉଣ୍ଡର ଭାବେ ଅକ୍ଷର ପଟେଲ ଓ ଶିଭମ ଦୁବେଙ୍କୁ ସୁଯୋଗ ମିଳିବାର ଆଶା କରାଯାଉଛି। ଶିଭମ ମିଡ଼ିୟମ ଓ ଅକ୍ଷର ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ଖେଳିପାରନ୍ତି। ବୋଲିଂରେ ରବି ବିଷ୍ଣୋୟି, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା ଓ ଅଭେଶ ଖାନ ଖେଳିବାର ସମ୍ଭାବନା ରହିଛି। ବ୍ୟାଟିଂରେ ତିଲକ, ରିଙ୍କୁ, ଜୟସୱାଲ, ଜିତେଶ ଶର୍ମାଙ୍କ ପାଇଁ ବଡ ସୁଯୋଗ ରହିଛି।

ଅନ୍ୟପଟେ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡ୍‌ଙ୍କ ନେତୃତ୍ୱରେ ଖେଳିବ। ବ୍ୟାଟିଂରେ ସ୍ମିଥ୍‌, ମାଥ୍ୟୁ ସର୍ଟ, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଡ୍‌ ଓ ଜୋଶ ଇଙ୍ଗଲିଶ ରହିଥିବାବେଳେ ବୋଲିଂରେ ସେନ୍‌ ଆବର୍ଟ, ନାଥନ ଏଲିସ, ତନଭିର ସାଙ୍ଘା, ଜାସନ ବେହେରେନଡ୍ରଫ ପ୍ରମୁଖ ରହିଛନ୍ତି। ଦୁଇ ଦଳରେ ଏକାଧିକ ଯୁବ ଖେଳାଳି ରହିଥିବାରୁ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି। ସୂର୍ଯ୍ୟକୁମାର ଟି୨୦ରେ ୯ମ ଭାରତୀୟ ଭାବେ ଅଧିନାୟକ ଦାୟିତ୍ୱ ତୁଲାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା