Masthead

ବିନା ବିରୋଧୀରେ ମୁଲତବି ପ୍ରସ୍ତାବ ଆଲୋଚନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୃହରେ ଚାଲିଥିଲା ମୁଲତବି ପ୍ରସ୍ତାବ ଆଲୋଚନା, ହେଲେ ଗୃହ ବାହାରେ ବସିଥିଲେ ମୁଖ୍ୟ ବିରୋଧୀ ଦଳ ବିଜେପି ନେତା । କଂଗ୍ରେସ ପକ୍ଷରୁ ନିଯୁକ୍ତି ଦୁର୍ନୀତି ଉପରେ ମୁଲତବି ପ୍ରସ୍ତାବ ଆଗତ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା ଚାହିଁଥିଲା ବିଜେପି । କିନ୍ତୁ ଶୂନ୍ୟ କାଳରେ ବିଜେପି ସଦସ୍ୟଙ୍କୁ ଏନେଇ ସୁଯୋଗ ମିଳିନଥିବା ଅଭିଯୋଗ ହୋଇଥିଲା ।

ଯାହାକୁ ପ୍ରତିବାଦ କରି ବିଜେପିର ସଦସ୍ୟମାନେ ଗୃହ ପରିତ୍ୟାଗ କରି ଚାଲିଆସିଥିଲେ ବିଧାନସଭାର ଗାନ୍ଧିମୂର୍ତ୍ତି ସମ୍ମୁଖକୁ । ଆଉ ବାଚସ୍ପତିଙ୍କ ବିରୋଧରେ ଆଣିଥିଲେ ପକ୍ଷପାତିତାର ଅଭିଯୋଗ । ଏପଟେ ମୁଖ୍ୟ ବିରୋଧୀ ଦଳ ଗୃହ ବାହାରେ ଥିଲା, କିନ୍ତୁ ଗୃହ ଭିତରେ ଚାଲିଥିଲା ଗୃହ ମୁଲତବୀ ପ୍ରସ୍ତାବର ଆଲୋଚନା ଦିନ ଯାଇ ଅପରାହ୍ନ ହେଲା ଏମିତି ଗାନ୍ଧିମୂର୍ତ୍ତ ତଳେ ବସିଥିଲେ ବିଜେପିର ନେତା ।

ଅପରାହ୍ନରେ ପ୍ରବଳ ବର୍ଷା ସତ୍ତେ୍ୱ ବିଜେପିର ଧାରଣା ଜାରି ରହିଥିଲା । ଆଉ ଏପଟେ ଗୃହରେ ପାସ ହେଉଥିଲା ଗୋଟିଏ ପରେ ଗୋଟିଏ ବିଲ । ବାଚସ୍ପତିଙ୍କ ନିର୍ଦ୍ଦେଶରେ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଓ ମୁଖ୍ୟ ସଚେତକ ଆସି ବିଜେପି ବିଧାୟକ ମାନଙ୍କୁ ବୁଝାଇଥିଲେ । ତେବେ ସେମାନେ ଧାରଣା ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଗତ ଅଧିବେଶନରେ ମଧ୍ୟ ଏମିତି ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେଇଥିଲା ବିଜେପି । ରାତି ସାରା ବିଧାନସଭାରେ ବିରୋଧୀ ଦଳଙ୍କ ଧାରଣା ଦେଖିଥିଲେ ରାଜ୍ୟ ବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର