Masthead

ପେଟ୍ରୋଲ ପମ୍ପରେ ଛାତିଥରା ବିସ୍ଫୋରଣ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ସ୍ଥାନ ଭୁବନେଶ୍ୱର ରାଜଭବନ ଛକ ନିକଟ ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପ। ସମୟ ଅପରାହ୍ନ ଗୋଟାଏ ୭। ହଠାତ୍ ଶୁଭିଥିଲା ଏକ ପ୍ରଚଣ୍ଡ ଶବ୍ଦ। ଶବ୍ଦର ତୀବ୍ରତା ଏତେ ଅଧିକ ଥିଲା ଯେ ୫ରୁ ୭ କିଲୋମିଟର ଦୂର ପର୍ୟ୍ୟନ୍ତ ଶୁଭିଥିଲା। ତେବେ ଏହି ଶବ୍ଦ ଥିଲା ସମ୍ପୃକ୍ତ ପେଟ୍ରୋଲ ପମ୍ପରେ ଘଟିଥିବା ଭୟଙ୍କର ବିସ୍ଫୋରଣର। ଥରିଉଠିଲା ରାଜଧାନୀର ଛାତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ଲାଗିଯାଇଥିଲା ନିଆଁ। କିଛି ସମୟ ପାଇଁ ଅବାକ୍ ହୋଇଗଲେ ପାଖାପାଖି ଅଞ୍ଚଳର ଲୋକେ। ଆଉ ତା ପରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ପେଟ୍ରୋଲ ପମ୍ପ ପାଖାପାଖି ଛିନଛତ୍ର ହୋଇ ପଡ଼ିଥିଲା ଲୋକଙ୍କ ଖଣ୍ଡ ବିଖଣ୍ଡିତ ଶରୀର। କାହାର ହାତ ତ ଆଉ କାହାର ଖିନଭିନ ହୋଇଯାଇଥିବା ଗୋଡ଼, ଜୋତା। ସତରେ, ସେ ଦୃଶ୍ୟ ବର୍ଣ୍ଣନା କରିବା ବି ସମ୍ଭବ ହେଉନି। ଛଟପଟ ଅବସ୍ଥାରେ ଆହତ ଲୋକେ ଇଆଡ଼େ ସିଆଡ଼େ ହୋଇ ଚିତ୍କାର କରୁଥିବାବେଳେ ତାଙ୍କୁ ସ୍ଥାନାନ୍ତରିତ କରାଯାଉଥିଲା ରାଜଧାନୀ ମୁଖ୍ୟ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲକୁ। ଦୃଶ୍ୟ ଥିଲା ହୃଦୟ ବିଦାରକ, ଦେଖି ନ ପାରିବା ଭଳି, ବର୍ଣ୍ଣନା କରି ନ ପାରିବା ଭଳି ଅତ୍ୟନ୍ତ ଦୁଃଖଦାୟକ। ସକାଳୁ କାର୍ୟ୍ୟରେ ଯୋଗଦେଇଥିବା ପେଟ୍ରୋଲ ପମ୍ପର କର୍ମଚାରୀ ଜାଣି ନ ଥିଲା ତା’ ସହ ଏପରି ଘଟଣା ଘଟିବ ବୋଲି। ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ଲୋକଟି ବି ଜାଣି ନ ଥିଲା ଏମିତି ଏକ ପରିସ୍ଥିତିର ସାମ୍ନା କରିବ ବୋଲି।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ପେଟ୍ରୋଲ ପମ୍ପ ପାଖାପାଖି ରହୁଥିବା ବରିଷ୍ଠ ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡାଙ୍କ ଘର ବି ଏଥିରେ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣରେ ସଞ୍ଜୀବଙ୍କ ସରକାରୀ ବାସଭବନର ଝରକା କାଚ ଭାଙ୍ଗିଛି, ତାଙ୍କ ଝିଅ ଶ୍ରେୟା ମଧ୍ୟ ଆହତ ହୋଇଥିବା ସୁଚନା ରହିଛି। ଓଡ଼ିଶା ରାଜଭବନ ମଧ୍ୟ ବାଦ୍ ପଡ଼ିନି। ପେଟ୍ରୋଲ ପମ୍ପର ଅଧ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଲୋକଙ୍କ କାର, ଘର, ଆସବାବପତ୍ର ନଷ୍ଟ ହୋଇଛି। ନିଆଁ ଲାଗିବାର କିଛି ସମୟ ପରେ ଘଟଣାସ୍ଥଳରେ ଆସି ପହଞ୍ଚି ଯାଇଥିଲେ ଦମକଳ ବାହିନୀ ଓ ପୋଲିସ। ଘଣ୍ଟାଏ ପରେ ନିଆଁକୁ ଆୟତ୍ତ କରିବା ସହ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ଓ ଦମକଳ ବାହିନୀର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଓଡ୍ରାଫ୍, ଏନଡିଆରଏଫ୍, ଓଏସଏପି ସହ ପୂରା ପୋଲିସ ଫୋର୍ସ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଥିଲେ। ତେବେ ମୃତାହତଙ୍କ ସଠିକ୍ ତଥ୍ୟ ଏପର୍ୟ୍ୟନ୍ତ ମିଳିପାରି ନାହିଁ। ପ୍ରାୟ ୧୦ ବା ତାଠାରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ରହିଛି। ଦୁଇଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। କମିଶନରେଟ୍ ପୋଲିସ ନିଜଆଡ଼ୁ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାଇଣ୍ଟିଫିକ୍ ଓ ଫୋରେନସିକ୍ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଉକ୍ତ ସ୍ଥାନକୁ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ସିଲ୍ ମଧ୍ୟ କରାଯାଇଛି। ଆହତଙ୍କ ମାଗଣା ଚିକିତ୍ସା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି