ମାଟି ମା’ର ସଂଙ୍ଗୀତକୁ ଅସମ୍ମାନ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ଉତ୍କଳ ଦିବସରେ ମାଟି ମା’ର ସଂଙ୍ଗୀତକୁ ଅସମ୍ମାନ । ରାୟଗଡ଼ା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଉତ୍ସବରେ ବନ୍ଦେ ଉତ୍କଳ ଜନନୀ ସଂଙ୍ଗୀତକୁ ବିକୃତ କରି ପରିବେଷଣ କରାଯାଇଛି । ତେଣୁ ମାଟି ମା’ର ବନ୍ଦନା ଅତ୍ୟନ୍ତ କର୍ଣ୍ଣକଟୁ ହୋଇଯାଇଥିଲା । ଯାହାକୁ ଶୁଣି ଉପସ୍ଥିତ ସାଧାରଣ ଜନତା, ଛାତ୍ରଛାତୀ୍ର, ଲେଖକ, ବୁଦ୍ଧିଜୀବୀ ଚକିତ ହୋଇପଡିଥିଲେ । ଉତ୍କଳ ଦିବସ ପାଳନ ପାଇଁ ରାୟଗଡ଼ାର ଅଶୋକ କଲ୍ୟାଣ ମଣ୍ଡପରେ ସାଧାରଣ ସଭା ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଉ ସଭା ପ୍ରାରାମ୍ଭରେ କଣ୍ଠଶିଳ୍ପୀ ପ୍ରଶାନ୍ତ ନାୟକଙ୍କ ଦ୍ୱାରା ଗାନ କାରାଯାଇଥିବା ଦେଶମାତୃକାର ବନ୍ଦନା ବନ୍ଦେ ଉତ୍କଳ ଜନନୀ ସାଧାରଣ ଜନତା , ଉପସ୍ଥିତ ଛାତ୍ରୀଛାତ୍ର ଓ ବୁଦ୍ଧିଜୀବୀ ଲେଖକଙ୍କୁ ନିରାଶ କରିଥିଲା । ସଂଗୀତରେ ମୁଖୁଡା ସହ କିଛି ଅନ୍ତରା ଥାଏ । ପ୍ରତ୍ୟେକ ଅନ୍ତରାର ଶେଷରେ ମୁଖୁଡାକୁ ଯୋଡି ଗାନ କାରାଯାଇଥାଏ । ଯାହାକୁ ସ୍ଥାୟୀ କୁହାଯାଏ ।

କିନ୍ତୁ ସଙ୍ଗୀତକୁ ସରସ ଓ ସୁନ୍ଦର କରିିବା ପାଇଁ ଅନ୍ତରାର ଶେଷରେ ସ୍ଥାୟୀ ବା ମୁଖୁଡାକୁ ଯୋଡାଯାଇନଥିଲା । ଯାହାକି ଅତ୍ୟନ୍ତ ବିକୃତ ଶୁଣାଯାଉଥିଲା । ତେବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାର ଚିଠିକୁ ଆଧାର କରି ଏହି ସଙ୍ଗୀତ ଗାନ କରିଥିବା କଣ୍ଠଶିଳ୍ପି ପ୍ରଶାନ୍ତ ନାଏକଙ୍କ କହିଛନ୍ତି । ଅପରପକ୍ଷରେ ତ୍ରୁଟିକୁ ସୁଧରାଯିବ । ଏନେଇ ଅଧିକ କିଛି କହିବିନାହିଁ ବୋଲି ମଂଚାସୀନ ବିଧାୟକ କହିଛନ୍ତି । ଏଭଳି ହେବାକଥା ନାହିଁ । ମାଟି ମା’ର ସଂଙ୍ଗୀତକୁ ଯଥେଷ୍ଟ ସମ୍ମାନ ଦିଆଯାଏ । ତେବେ କାର୍ଯ୍ୟାନୁଷ୍ଠାନ ବିଷୟରେ ପଚାରିବାରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ଅନୁସୂଚିତ ଜାତି ଜନଜାତି କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଦେଶ ଓ ଜାତିକୁ ଭଲ ପାଉଥିଲେ ଏଭଳି ତ୍ରୁଟି ହେବ ନାହିଁ । ତେବେ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ ହେଉଛି ବଡ଼ ଖବରର ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’