Masthead

ରୁକୁଣା ରଥ ନିର୍ମାଣରେ ବିଭ୍ରାଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଶାସନିକ ଅବହେଳାରୁ ଲିଙ୍ଗରାଜ ରଥ ନିର୍ମାଣରେ ବିଭ୍ରାଟ । ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ରଥଯାତ୍ରାକୁ ରହିଲା ଆଉ ମାତ୍ର ୧୦ ଦିନ । ରୁକୁଣା ରଥ ଟଣା ହେବା ନେଇ ଅନିଶ୍ଚିତତା ଲାଗିରହିଛି । ମାତ୍ର ୧୦ ଦିନ ଭିତରେ ରଥକାମ କିପରି ଶେଷ ହେବ ସେଥିପାଇଁ ଭକ୍ତ ଓ ସେବାୟତଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି । ନିୟମ ଅନୁସାରେ ଦୋଳ ପୂର୍ଣ୍ଣିମାର ୮ ଦିନ ପୂର୍ବରୁ ରଥ କାମ ଆରମ୍ଭ ହେବା କଥା । ଦୋଳବେଦୀକୁ ଠାକୁର ଗଲା ବେଳେ ରଥ ଦେଖିକି ଯିବାର ପରମ୍ପରା ରହିଆସିଛି ।

ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସୁଦ୍ଧା ରଥକାଠ ପହଞ୍ଚିପାରୁନି । ରଥର ଚାରିଚକ ତିଆରି ହୋଇସାରିଥିଲେ ବି ଏବେ ଯାଏଁ ଅଖକାଠ ପହଞ୍ଚି ପାରୁନି । ରଥଖଳାରେ ପ୍ରାୟ ୬୫ଜଣ କାରିଗର ଲାଗିଛନ୍ତି । ଗାଁ ମହାରଣା ୧୫ ଜଣ, ପାଳିଆ ୫ଜଣ ଓ ମୁଖ୍ୟ ମିସ୍ତ୍ରୀ ଜଣେ କାମରେ ଲାଗିଛନ୍ତି । ତେନ୍ତୁଳି କାଠରେ ଅଖକାଠ ଦୁଇଟି ପ୍ରସ୍ତୁତ ହୁଏ । ଯାହାକି ଦଶପଲ୍ଲା, ଖଣ୍ଡପଡ଼ା ପାଖରୁ ଆସେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କାଠ ପହଞ୍ଚି ନଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ମହାରଣା ସେବାୟତ ଓ ମୁଖ୍ୟ ମିସ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ