Masthead

ରାଜକୁମାର ହ୍ୟାରି, ମେଘାନ ଓ ବିବିସି ମଧ୍ୟରେ କଳହ

(ବଡ଼ ଖବର ବ୍ୟୁରୋ): ରାଜକୁମା ହ୍ୟାରି ଓ ତାଙ୍କ ପତ୍ନୀ ମେଘାନଙ୍କ ଦ୍ୱିତୀୟ ସନ୍ତାନର ନାମକରଣକୁ ନେଇ ଗଣମାଧ୍ୟମ ବିବିସି ମଧ୍ୟରେ କଳହ ସୃଷ୍ଟି ହୋଇଛି । ତେବେ ବିବିସି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ରାଜକୁମାର ହ୍ୟାରି ଓ ତାଙ୍କ ପତ୍ନୀ । ତେବେ ବିବିସି ଏକ ରିପୋର୍ଟ କରିଥିଲା ଯେଉଁଥିରେ ହ୍ୟାରି ଓ ମେଘାନ ତାଙ୍କ ଝିଅଙ୍କ ଶ୍ରଦ୍ଧାନାମ ରାଣୀ ଏଲିଜାବେଥଙ୍କ ଶ୍ରଦ୍ଧାନାମ ଅନୁସାରେ କରିବେ ବୋଲି ସେମାନେ ଏଲିଜାବେଥଙ୍କ ଅନୁମତି ନେଇନଥିଲେ । ଯାହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେବେ ବୋଲି କହିଛନ୍ତି ରାଜକୁମାର ହ୍ୟାରି । କାଲିଫର୍ଣ୍ଣିଆ ଅନ୍ତର୍ଗତ ‘ସାନ୍ତା ବାର୍ବରା କଟେଜ୍‌ ହସ୍ପିଟାଲ୍‌’ରେ ଝିଅ ‘ଲିଲିବିଟ୍‌ ଡାଏନା ମାଉଣ୍ଟବେଟେନ୍‌-ୱିନ୍‌ସର୍‌’ ଜନ୍ମ ହୋଇଥିବା କଥା ହ୍ୟାରି ଓ ମେଘାନ୍ ଗତ ରବିବାର ଦିନ ଘୋଷଣା କରିଥିଲେ।

ଝିଅର ପ୍ରଥମ ନାମ ‘ଲିଲିବେଟ୍‌’ ଇଂଲଣ୍ଡ୍‌ର ମହାରାଣୀଙ୍କ ଡାକ ନାମାନୁସାରେ ଓ ମଝି ନାଆଁଟି ତା’ର ଜେଜୀମା ବା ହ୍ୟାରିଙ୍କ ମା’ ଡାଏନାଙ୍କ ସମ୍ମାନାର୍ଥେ ଦିଆଯାଇଥିବା କଥା ଉଭୟ ସ୍ପଷ୍ଟ କରିଥିଲେ। କିନ୍ତୁ, ବୁଧବାର ଦିନ ‘ବିବିସି’ ବ୍ରିଟିସ୍‌ ରାଜପ୍ରାସଦରୁ ଅନାମିତସୂତ୍ରରୁ ସଂଗ୍ରହ କରିଥିବା ରିପୋର୍ଟ ଅନୁସାରେ, ଝିଅର ନାଁ ଚୟନ କରିବା ପୂର୍ବରୁ ହ୍ୟାରି ଓ ମେଘାନ୍ ଏଲିଜାବେଥ୍‌ଙ୍କ ଅନୁମତି ଲୋଡ଼ି ନ ଥିଲେ। କିନ୍ତୁ, ସେମାନେ କହୁଛନ୍ତି ଯେ, ସେମାନେ ପ୍ରଥମେ ରାଣୀଙ୍କୁ ହିଁ ଫୋନ୍‌ କରି ଝିଅ ଜନ୍ମ କଥା କହିଥିଲେ। ‘ବିବିସି’ର ଏହି ରିପୋର୍ଟ ମିଥ୍ୟା ଏବଂ ମାନହାନୀଜନକ ବୋଲି ଉଲ୍ଲେଖ କରି ଦୁହେଁ କେତେକ ଗଣମାଧ୍ୟମ ପ୍ରତିଷ୍ଠାନକୁ ଚିଠି ପଠାଇଛନ୍ତି। ଏଭଳି ଅଭିଯୋଗର ପୁନରାବୃତ୍ତି ଅନୁଚିତ ବୋଲି ସେମାନେ କହିଛନ୍ତି। କିନ୍ତୁ, ଏ ପ୍ରସଙ୍ଗରେ କୌତଣସି ମନ୍ତବ୍ୟ ଦେବାକୁ ବକିଙ୍ଗ୍‌ହାମ୍‌ ପାଲେସ୍‌ ମନା କରି ଦେଇଛି। ସେମାନଙ୍କର ଝିଅ ଜନ୍ମ ହେତୁ ଆନନ୍ଦିତ ବୋଲି ରାଣୀ ଏଲିଜାବେଥ୍ ଓ ଯୁବରାଜ ଚାର୍ଲସ୍‌ ପୂର୍ବରୁ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ