Masthead

ଡିଜେ ଆଜେକ୍ସ ଆତ୍ମହତ୍ୟା ପଛରେ ବ୍ରେକଅପ୍!

ଜେରା ପରେ ଖୋଲିଲା ଗୁମର, ବଢ଼ିଲା ସନ୍ଦେହ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଜେ ଆଜେକ୍ସ ଆତ୍ମହତ୍ୟା ପଛରେ ବ୍ରେକଅପ । ବଢିଲା ପୋଲିସର ସନ୍ଦେହ । ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ନୂଆ ମୋଡ଼ ନେଇଛି ।ଗାର୍ଲଫ୍ରେଣ୍ଡ ଜିଜ୍ଞାଶାକୁ ଜେରା ପରେ ଗୁମର ଖୋଲିଛି । ଆଜେକ୍ସ ଜୀବନରେ ଥିଲେ ଆଉ ଜଣେ ବାନ୍ଧବୀ । ଆଜେକ୍ସ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ଜିଜ୍ଞାଶା । ଆଜେକ୍ସଙ୍କ ଦ୍ୱିତୀୟ ବାନ୍ଧବୀ ସହିତ କଥା ହୋଇଥିଲେ ଜିଜ୍ଞାଶା । ଆଜେକ୍ସ ଓ ଦ୍ଵିତୀୟ ବାନ୍ଧବୀଙ୍କ ସହିତ କନଫେରନ୍ସ କଲରେ କଥା ହୋଇ ମୁଖା ଖୋଲିଛନ୍ତି ଜିଜ୍ଞାଶା ।

ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆତ୍ମହତ୍ୟାର ତିନି ଦିନ ପୂର୍ବରୁ ଆଜେକ୍ସଙ୍କ ସହ ବ୍ରେକଅପ ବା ଦୁରେଇ ଯିବାକୁ କହିଥିଲେ ଜିଜ୍ଞାଶା । ଯାହାକୁ ନେଇ ମାନସିକ ଚାପରେ ଥାଇ ଆଜେକ୍ସ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ପରସ୍ପର ପରସ୍ପରକୁ ସନ୍ଦେହ କରୁଥିଲେ । ଆଜେକ୍ସଙ୍କ ସମ୍ପର୍କରେ ଥିବା ଅନ୍ୟ ଜଣେ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରାଯିବ । ପୋଲିସ ହାତରେ ଲାଗିଛି କନଫରେନ୍ସ କଲର ପ୍ରମାଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ