Masthead

ଏମିତି ବି ଆସେ ମୃତ୍ୟୁ

ନୀଳଗିରି(ବଡ଼ ଖବର ବ୍ୟୁରୋ):  ମୃତ୍ୟୁ ଏମିତି ବି ଆସେ । ରୋଗୀ ଦେଖୁ ଦେଖୁ ଡାକ୍ତରଖାନାରେ ନିଜେ ଟଳିପଡ଼ିଲେ ଡାକ୍ତର। ନୀଳଗିରି ଉପଖଣ୍ଡ ହସ୍ପିଟାଲରୁ ଆସିଲା ଅଭାବନୀୟ ଖବର । ଡ୍ୟୁଟି ବେଳେ ହୃତ୍‌ଘାତର ଶିକାର ହେଲେ ଡାକ୍ତର ତ୍ରିନାଥ ପାଲ୍ । ଯାହାକୁ ନେଇ ଡାକ୍ତରଖାନାରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ସବୁ ଦିନ ଭଳି ଆଜି ସକାଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ୍ ରୋଗୀଙ୍କୁ ଦେଖୁ ଥିଲେ। ତାଙ୍କର ଓପିଡିରେ ଡ୍ୟୁଟି ଥିଲା । ଏହି ସମୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।

ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ଯ୍ୟଗୃହରେ ଥିବା ବାଥ୍‌ ରୁମ୍‌ ଯାଇଥିଲେ । କିଛି ସମୟ ନଆସିବାରୁ ଅନ୍ୟ ଡାକ୍ତର ଫୋନ କରିଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । ବହୁ କଷ୍ଟରେ ସେ ବାଥ୍‌ ରୁମ୍‌ କବାଟ ଖୋଲି ଆସିବା ପରେ ହଠାତ ଟଳି ପଡିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ଵର ନିଆଯାଇଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ