Masthead

ଡୋନାଲ୍ଡ ଟ୍ରମ୍ପ ଗିରଫ, ଘଣ୍ଟାଏ ଭିତରେ ମିଳିଲା ଜାମିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ଗିରଫର ଘଣ୍ଟାଏ ପରେ ମିଳିଲା ଜାମିନ । ଆମରିକା ଇତିହାସରେ ଏହା ପ୍ରଥମ ଯେ କୌଣସି ପୂର୍ବତନ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଗିରଫ ହୋଇଛନ୍ତି । ପର୍ଣ୍ଣ ଷ୍ଟାରଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ କରିବା ଘଟଣାରେ ଗତକାଲି ଟ୍ରମ୍ପଙ୍କୁ ଗିରଫ କରିଥିଲା ପୋଲିସ । ଅପରାଧିକ ମାମଲା ସାମ୍ନା କରିବାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେଉଛି ଡୋନାଲ୍ଡ ଟ୍ରମ୍ପ । ଜାମିନ ପରେ ଫ୍ଲୋରିଡାସ୍ଥିତ ଘରକୁ ଫେରିଛନ୍ତି ଟ୍ରମ୍ପ । ଆମେରିକାର ମେନହାର୍ଟନ୍ କୋର୍ଟକୁ ହାଜର ହେବାକୁ ଯିବା ସମୟରେ ଡୋନାଲ ଡ୍ରମ୍ପ ଆତ୍ମସମର୍ପଣ କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା । ଗତ ୩୦ ତାରିଖରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଗୁପ୍ତ ଭାବେ ଅର୍ଥ ଦେବା ମାମଲାରେ ଡୋନାଲ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

 

କେମିତି ଫଶିଥିଲେ ଡୋନାଲ୍ଡ ଟ୍ରମ୍ପ

୨୦୦୬ରେ ଆମେରିକାରେ ଚାଲିଥିଲା ଗଲ୍ଫ ଟୁର୍ଣ୍ଣାମେଣ୍ଟ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ବିବାଦ । ଟୁର୍ଣ୍ଣାମେଣ୍ଟ ପରେ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଡାକିଥିବା ଅଭିଯୋଗ ହୋଇଥିଲା । ଟ୍ରମ୍ପ ପର୍ଣ୍ଣ ଷ୍ଟାରଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଷ୍ଟର୍ମି ଡାନିଏଲ ଦାବି କରିଥିଲେ । ୨୦୧୬ରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପୂର୍ବରୁ ଷ୍ଟର୍ମି ଡାନିଏଲଙ୍କୁ ମୁହଁ ବନ୍ଦ ରଖିବାକୁ ୧.୩୦ ଲକ୍ଷ ଡଲାର ଦେଇଥିଲେ । ଆଉ ତାଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ନେଇ ପ୍ରଚାର ନକରିବାକୁ କହିଥିଲେ । ଏହି ଟଙ୍କା ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଡାନିଏଲଙ୍କୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରମ୍ପ ସେହି ଟଙ୍କାଙ୍କୁ ଆଇନଗତ ଭାବେ ତାଙ୍କ ଓକିଲଙ୍କୁ ଦେଇଥିବା ଦର୍ଶାଇଥିଲେ । ପରେ ଟ୍ରମ୍ପଙ୍କ ଓକିଲ ଏନେଇ କୋର୍ଟରେ ସତ ମାନିଥିଲେ । ତାପରେ କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର