Masthead

ଡୋନାଲ୍ଡ ଟ୍ରମ୍ପ ଗିରଫ, ଘଣ୍ଟାଏ ଭିତରେ ମିଳିଲା ଜାମିନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ଗିରଫର ଘଣ୍ଟାଏ ପରେ ମିଳିଲା ଜାମିନ । ଆମରିକା ଇତିହାସରେ ଏହା ପ୍ରଥମ ଯେ କୌଣସି ପୂର୍ବତନ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ଗିରଫ ହୋଇଛନ୍ତି । ପର୍ଣ୍ଣ ଷ୍ଟାରଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ କରିବା ଘଟଣାରେ ଗତକାଲି ଟ୍ରମ୍ପଙ୍କୁ ଗିରଫ କରିଥିଲା ପୋଲିସ । ଅପରାଧିକ ମାମଲା ସାମ୍ନା କରିବାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେଉଛି ଡୋନାଲ୍ଡ ଟ୍ରମ୍ପ । ଜାମିନ ପରେ ଫ୍ଲୋରିଡାସ୍ଥିତ ଘରକୁ ଫେରିଛନ୍ତି ଟ୍ରମ୍ପ । ଆମେରିକାର ମେନହାର୍ଟନ୍ କୋର୍ଟକୁ ହାଜର ହେବାକୁ ଯିବା ସମୟରେ ଡୋନାଲ ଡ୍ରମ୍ପ ଆତ୍ମସମର୍ପଣ କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା । ଗତ ୩୦ ତାରିଖରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଗୁପ୍ତ ଭାବେ ଅର୍ଥ ଦେବା ମାମଲାରେ ଡୋନାଲ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

 

କେମିତି ଫଶିଥିଲେ ଡୋନାଲ୍ଡ ଟ୍ରମ୍ପ

୨୦୦୬ରେ ଆମେରିକାରେ ଚାଲିଥିଲା ଗଲ୍ଫ ଟୁର୍ଣ୍ଣାମେଣ୍ଟ । ଏହିଠାରୁ ହିଁ ଆରମ୍ଭ ହୋଇଥିଲା ବିବାଦ । ଟୁର୍ଣ୍ଣାମେଣ୍ଟ ପରେ ଟ୍ରମ୍ପ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଡାକିଥିବା ଅଭିଯୋଗ ହୋଇଥିଲା । ଟ୍ରମ୍ପ ପର୍ଣ୍ଣ ଷ୍ଟାରଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଷ୍ଟର୍ମି ଡାନିଏଲ ଦାବି କରିଥିଲେ । ୨୦୧୬ରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପୂର୍ବରୁ ଷ୍ଟର୍ମି ଡାନିଏଲଙ୍କୁ ମୁହଁ ବନ୍ଦ ରଖିବାକୁ ୧.୩୦ ଲକ୍ଷ ଡଲାର ଦେଇଥିଲେ । ଆଉ ତାଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ନେଇ ପ୍ରଚାର ନକରିବାକୁ କହିଥିଲେ । ଏହି ଟଙ୍କା ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଡାନିଏଲଙ୍କୁ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଟ୍ରମ୍ପ ସେହି ଟଙ୍କାଙ୍କୁ ଆଇନଗତ ଭାବେ ତାଙ୍କ ଓକିଲଙ୍କୁ ଦେଇଥିବା ଦର୍ଶାଇଥିଲେ । ପରେ ଟ୍ରମ୍ପଙ୍କ ଓକିଲ ଏନେଇ କୋର୍ଟରେ ସତ ମାନିଥିଲେ । ତାପରେ କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ