Masthead

ଟଙ୍କା ଓ କୁକୁଡ଼ା ଦିଅ ଆବାସ ନିଅ

ପାପଡ଼ାହାଣ୍ଡି(ବଡ଼ ଖବର ବ୍ୟୁରୋ): ଆବାସ ଯୋଜନାରେ ସାଂଘାତିକ ଦୁର୍ନୀତି । ହିତାଧିକାରୀଙ୍କୁ ଲାଞ୍ଚ ମାଗୁଛନ୍ତି ସରକାରୀ କର୍ମଚାରୀ । ଆଉ ଲାଞ୍ଚ ଦେଇନପାରିବାରୁ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଦେଉଛନ୍ତି ତଦନ୍ତ ଅଧିକାରୀ । ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଚନ୍ଦ୍ରପୁର ଗାଁରେ ଯୋଗ୍ୟ ହିତାଧିକାରୀ ଭାବେ ୧୩୧ଜଣଙ୍କର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ ଥିଲା । କିନ୍ତୁ ଏହାମଧ୍ୟରୁ ୧୯ଜଣଙ୍କ ନାମ କଟାଯାଇଛି ।

ଅଭିଯୋଗକାରୀଙ୍କ କହିବା ଅନୁସାରେ ସରକାରି କର୍ମଚାରୀ ବା ତଦନ୍ତ ଅଧିକାରୀ ମୈଦଲପୁର ପିଇଓ ପୂର୍ଣ୍ଣ ଚନ୍ଦ୍ର ସାହୁ ଜିଆରଏସ ହରିହର ଜାନୀ ତାଲିକାରୁ ନାମ ହୋଟେଇ ଦେଇଛନ୍ତି ଓ କହିଛନ୍ତି ଯେ ଜଣକୁ ,୩୦୦୦ ହଜାର ଟଙ୍କା ସହ କୁକୁଡ଼ା ମାଗି ଥିଲେ ।

ଏହାଛଡ଼ା ପେଟ୍ରୋଲ ଖର୍ଚ୍ଚ ମଧ୍ୟ ମାଗିଥିଲେ । ତେବେ ଟଙ୍କା ଦେଇନପାରିବାରୁ ୧୯ଜଣଙ୍କ ନାଁ ହଟାଇ ଦିଆଯାଇଛି । ଏନେଇ ୧୯ଜଣ ଅଭିଯୋଗକାରୀ ପାପଡ଼ାହାଣ୍ଡି ବ୍ଲକ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ଦେଇଛନ୍ତି । ଗରିବ ଲୋକଙ୍କ ଠାରୁ ସିଧାସଳଖ ଲାଞ୍ଚ ମାଗୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଭିଯୋଗକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା