Masthead

ହକ ପାଇଁ ସଫେଇ କର୍ମଚାରୀଙ୍କ ଅନଶନ

କଟକ(ବଡ଼ ଖବର ବ୍ୟୁରୋ): ଅନଶନକୁ ପୁରିବ ସପ୍ତାହେ । ହେଲେ ଏବେ ବି ନ୍ୟାୟ ଅପେକ୍ଷାରେ ସଫେଇ କର୍ମଚାରୀ । ଏ ଦୃଶ୍ୟ ହେଉଛି କଟକର । ଅନଶନକୁ ଏକ ସପ୍ତାହରୁ ଉର୍ଦ୍ଧ ସମୟ ବିତିଥିବା ବେଳେ ଏଯାଏଁ ନିଜ ହକ ପାଇଁ ଲଢେଇ ଜାରି ରଖିଛନ୍ତି ସଫେଇ କର୍ମଚାରୀ। ପରିତାପର ବିଷୟ ସେମାନଙ୍କ ଉପରେ ଠିକାସଂସ୍ଥା କି ସିଏମସି ଅଧିକାରୀ କାହାର ବି ଦୃଷ୍ଟି ପଡୁନାହିଁ। ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବାକୁ ସିଏମସି କୋଟିକୋଟି ଟଙ୍କା ବ୍ୟୟ କରୁଥିବା ବେଳେ ସଫେଇର ଗୁରୁଦାୟିତ୍ୱ ରହୁଛି ସଫେଇ କର୍ମଚାରୀଙ୍କ ଉପରେ। ମାତ୍ର ସଫେଇ କର୍ମଚାରୀଙ୍କ ଟଙ୍କା ଖାଉଛନ୍ତି ଓ ମୁହଁ ଖୋଲିଲେ କର୍ମଚାରୀଙ୍କୁ ଛଟେଇ କରି ଦିଆଯାଉଛି।

ଚଳିତ ମାସ ୧୪ତାରିଖରୁ ଅନଶନକୁ ଓହ୍ଲାଇଥିବା ବେଳେ ଏଯାଏଁ ଘରୋଇ ସଂସ୍ଥା ଅଧିକାରୀଙ୍କ ଦେଖା ମିଳୁନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଉକ୍ତ ଅନସନକୁ ଦୀର୍ଘ ଏକ ସପ୍ତାହ ହେବା ସହ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡିବା ଆରମ୍ଭ ହୋଇଛି। ଗତ ୧୪ ତାରିଖ ଦିନ ସିଏମସି କାର୍ୟ୍ୟାଳୟ ସମ୍ମୁଖରେ ବିରୋଧୀ କର୍ପୋରେଟରଙ୍କର ବିକ୍ଷୋଭ ଜାରି ରହିଥିବା ବେଳେ ଦୁଇ ବେଳା ସଫେଇ ଓ ଆବଶ୍ୟକ ପ୍ରାପ୍ୟ ନ ମିଳିବା ଭଳି ଅଭିଯୋଗ ନେଇ ସଫେଇ କର୍ମଚାରୀ ପ୍ରତିବାଦକୁ ଓହ୍ଲାଇ ଥିଲେ। ଓଡିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ ସଭାରେ କୁହାଯାଇଥିଲା ଯେ, ସହରକୁ ସୁସ୍ଥ ରଖିବାରେ ସଫେଇ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଥିବା ବେଳେ ଦୀର୍ଘବର୍ଷ ଧରି କର୍ମଚାରୀଙ୍କ ତଣ୍ଟି ଚିପା ଯାଉଛି।

ଭୋଟ ସମୟରେ ମିଛ ପ୍ରତିଶୃତି ଓ ପରେ ନିଗମ କର୍ତ୍ତୃପକ୍ଷଙ୍କ ପ୍ରୋତ୍ସାହନରେ ଠିକାସଂସ୍ଥା ଦ୍ୱାରା କର୍ମଚାରୀମାନଙ୍କୁ ଶୋଷଣ କରାଯାଉଛି। ଏହାସହ କର୍ମଚାରୀମାନେ ନିଜ ହକ ପାଇଁ ମୁହଁ ଖୋଲିଲେ କାମରୁ ଛଟେଇ କରାଯାଉଛି। ଶ୍ରମ ଆଇନକୁ ଖୋଲାଖୋଲି ଉଲଂଘନ କରାଯିବା ସହ ସଫେଇ କର୍ମଚାରୀଙ୍କୁ ପଶୁ ଭଳି ଖଟାଯାଉଛି ଏବଂ ତା ପ୍ରତିବଦଳରେ ଗୋଟିଏ ଓଳି କାମର ପ୍ରାପ୍ୟ ମିଳୁଛି। ଯାହାକୁ ନେଇ ସପ୍ତାହ ଠାର ଅଧିକ ଦିନ ଧରି ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ହେଲେ କୌଣସି ସୁଫଳ ମିଳୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା