Masthead

ପାଣି ଟୋପାଏ ପାଇଁ ଡହଳବିକଳ

ଜଳେଶ୍ୱର, (ବଡ଼ ଖବର ବ୍ୟୁରୋ): ଗାଁ ରୁ ସହର ଯାଏଁ ପିଇବା ପାଣି ସଙ୍କଟକୁ ଦୂର କରିବା ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା କାର୍ଯ୍ୟକ୍ଷମ କରାଯାଉଛି । ଅମୃତ ଧାରା, ବସୁଧା ଭଳି କେତେକ ଯୋଜନା କାର୍ଯ୍ୟକ୍ଷମ କରାଯାଇ କୋଟି କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରାଯାଉଛି । ତଥାପି ପାଣି ଟୋପାଏ ପହଞ୍ଚି ପାରୁନି ଗାଁ ଦାଣ୍ଡରେ । ବର୍ଷ ବର୍ଷ ଧରି ପିଇବା ପାଣିକୁ ନେଇ ସଂକଟରେ ଗ୍ରାମବାସୀ । ଜୀବନକୁ ବାଜି ଲଗାଇ ଜାତୀୟ ରାଜପଥ ପାରହୋଇ ସକାଳରୁ ସନ୍ଧ୍ୟା ପାଣି ପାଇଁ ବିପଦରେ ବିତୁଛି ଗ୍ରାମବାସୀଙ୍କ ଜୀବନ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ନାମ୍ପୋ ପଞ୍ଚାୟତ ତାଳବଣିଆ ଗାଁ ଆଦିବାସୀ ସାହିରେ । ଗାଁର ଲୋକସଂଖ୍ୟା ପ୍ରାୟ ଚାରି ଶହରୁ ଅଧିକ । ଗାଁର ମଧ୍ୟ ଭାଗଦେଇ ଲମ୍ବି ଯାଇଛି ୫୭ନଂ ଜାତୀୟ ରାଜପଥ।

ପିଇବା ପାଇଁ ପାଣିର ସମସ୍ୟା ଦେଖି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦ୍ଵାରା ଦୀର୍ଘ ୧୫ ବର୍ଷ ତଳେ ଦୁଇଟି ନଳକୂପ ବସାଇଥିଲେ । ବର୍ତ୍ତମାନ ସେଥିମଧ୍ୟରୁ ଗୋଟାଏ ଦେଢ଼ ବର୍ଷ ଧରି ଅଚଳ ହୋଇ ପଡ଼ିଛି ଅନ୍ୟଟି ଜାତୀୟ ରାଜପଥର ଅପରପାର୍ଶ୍ଵରେ ରହିଛି ।ସଦାସର୍ବଦା ରାଜପଥ ଉପରେ ଶହ ଶହ ଗାଡି ଯାତାୟତ କରୁଥିବା ଭିତରେ ପାଣିଟିକେ ପିଇବା ପାଇଁ ଜାତୀୟ ରାଜପଥ ଉପରେ ଜୀବନକୁ ବାଜି ଲଗାଇ ପାଣି ଆଣିବାକୁ ଯିବାକୁ ପଡ଼ୁଛି । ଏପରି ବିପଦକୁ ବୁଝିବା ପାଇଁ ସରକାର ଆଦୈା ତତ୍ପର ନୁହଁନ୍ତି । ଏଭଳି ଏକ ବିପଦରୁ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ସୁ ବ୍ୟବସ୍ଥା କଲେ ବଡ ବିପଦ ମୁହଁରୁ ସରଳ ଆଦିବାସୀଙ୍କ ଜୀବନ ବଞ୍ଚିଜିଵ ବୋଲି ଗାଁ ଲୋକମାନେ ଗୁହାରୀ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ