Before Header

ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ ହେଲା ମୋଟେରା ଷ୍ଟାଡିୟମ

0 38

ଗୁଜୁରାଟ (ବଡ଼ ଖବର): ମେଲବର୍ଣ୍ଣକୁ କାଟିଲା ଗୁଜୁରାଟର ମୋଟେରା ଷ୍ଟାଡିୟମ । ବିଶ୍ୱର ସର୍ବବୃହତ ଷ୍ଟାଡିୟମର ପାଇଲା ମାନ୍ୟତା । ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିଛନ୍ତି ଷ୍ଟାଡିୟମର ଉଦଘାଟନ । ଏହି ଷ୍ଟାଡିୟମର ନାମ ମୋଦି ଷ୍ଟାଡିୟମ ରଖାଯାଇଛି । ପୂର୍ବରୁ ଷ୍ଟାଡିୟମର ନାଁ ଥିଲା ସର୍ଦ୍ଦାର ପଟେଲ ଷ୍ଟାଡିୟମ । ରାଷ୍ଟ୍ରପତିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା ଉଦଘାଟନ ଉତ୍ସବରେ ଯୋଗଦେଇ ଷ୍ଟାଡିୟମର କରିଛନ୍ତି ଉଦଘାଟନ । ମୋଟେରା ହେଉଛି ବିଶ୍ୱର ପ୍ରଥମ ଓ ବିଶ୍ୱର ଏକମାତ୍ର ଷ୍ଟାଡ଼ିୟମ ଯେଉଁଠି ୧୧ଟି ମଲ୍ଟିପୁଲ ପିଚ୍ ତିଆରି କରାଯାଇଛି ।

ଏହାଛଡ଼ା ଏଠାରେ ବର୍ଷା ହେଲେ ମ୍ୟାଚ୍ ବାତିଲ ହେବାର କୌଣସି ସମ୍ଭାବନା ନାହିଁ । ନୂଆ ଷ୍ଟାଡିୟମରେ ଖେଳାଯାଉଛି ଇଂଲଣ୍ଡ- ଇଣ୍ଡିଆ ୩ୟ ଟେଷ୍ଟ । ୬୩ ଏକର ଜମିରେ ନିର୍ମାଣ କରାଯାଇଥିବା ଏହି ଷ୍ଟାଡ଼ିୟମରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ । ପ୍ରଥମ ଥର ଲାଗି ଏଠାରେ ଖେଳାଯିବ ପିଙ୍କ ବଲରେ ଖେଳ । ଏନେଇ ଖେଳାଳୀଙ୍କ ସମେତ ଗୁଜରାଟ ବାସୀ ବେଶ ଉତ୍ସାହିତ । ଗୁଜୁରାଟ ଅହମ୍ମଦାବାରେ ହେଉଥିବା ଏହି ଟେଷ୍ଟ ମ୍ୟାଚ୍ ଖେଳାଯିବ ଦିବାରାତ୍ର । ପ୍ରଥମ ଥର ପାଇଁ ନୂଆ କରି ତିଆରି ହୋଇଥିବା ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ।

୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ରେ ରହିଛନ୍ତି ବରାବର ସ୍ଥିତିରେ । ଅନ୍ୟପଟେ ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ବିରୋଧରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଟିମ୍ ଇଣ୍ଡିଆ । ୨୦୧୪ ମସିହା ପରେ ଷ୍ଟାଡିୟମରେ କୌଣସି ମ୍ୟାଚ୍ ଖେଳାଯାଇନାହିଁ । ଗୁଜୁରାଟରେ ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ଯୁନିଟ ସ୍ଥାପନ କରାଯାଇଥିଲା । ଏହାକୁ ନିର୍ମାଣ କରିବାକୁ ଲାଗିଥିଲା ୫ ବର୍ଷ । ଏହାପରେ ବିଶ୍ୱର ସର୍ବବୃହତ ଷ୍ଟାଡିୟମର ନିର୍ମାଣ ହୋଇଛି ଗୁଜୁରାଟରେ । ଏହି ଷ୍ଟାଡିୟମ ଲାଗି ଖର୍ଚ୍ଚ ହୋଇଛି ୮୦୦ କୋଟି । ଏହାକୁ ଲାରସନ ଓ ଟର୍ବୋ କମ୍ପାନୀ ନିର୍ମାଣ କରିଛି ।

Motera from the archives, one last time | Hindustan Timesଏଠାରେ ୭୬ଟି କର୍ପୋରେଟ ହାଉସ, ଅଲମ୍ପିକ ଲେଭଲ ସୁଇମିଂ ପୁଲ, ଇଣ୍ଡୋର ଷ୍ଟାଡିୟମ, ଆଥେଲେଟଙ୍କ ପାଇଁ ୪ଟି ଡ୍ରେସିଂ ରୁମ, ଫୁଡ କୋର୍ଟ, ଗୁଜୁରାଟ କ୍ରିକେଟ ଆସୋସିଏସ କ୍ଲବ ହାଉସ ରହିଛି । ମୁଖ୍ୟ ଓ ଅଭ୍ୟାସ ପିଚ ପାଇଁ ରଙ୍ଗୀନମାଟି ବ୍ୟବହାର କରାଯାଇଛି । ପୁରୁଣା ଷ୍ଟାଡିୟମରେ ୫୪ ହଜାର ଦର୍ଶକ ବସିବାର କ୍ଷମତା ଥିଲା । ଗୁଜୁରାଟ କ୍ରିକେଟ ଆସୋସିଏସନ ଦ୍ୱାରା ଜାନୁଆରୀ ୨୦୧୮ରେ ଆରମ୍ଭ ହୋଇଥିଲା ଏହି ଷ୍ଟାଡିୟମ । ୨ବର୍ଷରେ ସରିଛି ଷ୍ଟାଡିୟମର ନିର୍ମାଣ କାମ ।

Leave A Reply

Your email address will not be published.