Masthead

ଶୁଖିନି ୨୨ ବର୍ଷର କ୍ଷତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାବାତ୍ୟାକୁ ୨୨ ବର୍ଷ ପୂରିଲା । ୧୯୯୯ ଅକ୍ଟେବାର ୨୯ । ସେ ଦିନ ଉପକୂଳ ଓଡ଼ିଶା ଦେଖିଥିଲା ପ୍ରକୃତିର କରାଳ ରୂପ । ଆଜି ବି ଲୋକେ ଭୁଲି ନାହାନ୍ତି ମହାବାତ୍ୟାର କରୁଣ କାହାଣୀ । ପ୍ରକୃତି କେତେ ଭୟଙ୍କର ହୋଇପାରେ ଭାବିଲେ ଏବେ ବି ଥରି ଉଠୁଛି ଛାତି । ଆଖିରୁ ଝରିଯାଉଛି ଲୁହ । ୨୨ବର୍ଷ ତଳର ଏହି କ୍ଷତ ଚିହ୍ନକୁ ଆଜି ବି ଭୁଲି ନାହାନ୍ତି ଲୋକେ । ସେହିଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା । ୧୯୯୯ ଅକ୍ଟୋବର ୨୫ ।

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ । ଧୀରେ ଧୀରେ ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବାକୁ ଲାଗିଲା । ୨୯ତାରିଖ ରେ ପ୍ରଳୟଙ୍କାରୀ ରୂପ ଧାରଣ କରିଥିଲା ପ୍ରକୃତି । ସକାଳ ୧୦ଟା ୩୦ରେ ଓଡ଼ିଶାର ଉପକୂଳ ଜଗତସିଂହପୁର ଜିଲ୍ଲା ଏରସମା ନିକଟରେ ହିଟ କରିଥିଲା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଜଗତସିଂହପୁର ଜିଲ୍ଲା। ଏଥିରୁ ବି ବାଦ ପଡ଼ି ନଥିଲା ଅସ୍ତରଙ୍ଗ ଅଞ୍ଚଳ ।

ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅସ୍ତରଙ୍ଗ ଅଞ୍ଚଳର ଅନେକ ପରିବାର । କେତେ ଜଣଙ୍କ ଘରଦ୍ୱାର ଭାଙ୍ଗିବା ସହ ଉଜୁଡ଼ି ଯାଇଥିଲା ସଂସାର । କିଏ ପୁଅକୁ ହରାଇଥିଲା ତ ଆଉ କାହା ମୁଣ୍ଡରୁ ଲିଭିଯାଇଥିଲା ସିନ୍ଦୂର । ସରକାରୀ ତଥ୍ୟ ଅନୁସାରେ ୯ହଜାର ୮୮୭ଜଣଙ୍କର ମୃତ୍ୟୁ ହୋଇଥିଲା । ୨ହଜାର ୭୦୫ଜଣ ଆହତ ହୋଇଥିବା ବେଳେ ୪୦ ଜଣ ନିଖୋଜ ହୋଇଯାଇଥିଲେ । ୧.୬ମିଲିୟନ୍ ଘର କ୍ଷତିଗ୍ରସ୍ତ ହୋଇଥିଲା । ମୋଟ ୪.୪୪ ମିଲିୟନ୍ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଥିଲା ।

ଓଡ଼ିଶାର ୧୨ଜିଲ୍ଲାର ୧୨.୯ ମିଲିୟନ ଲୋକ ବିପନ୍ନ ହୋଇଥିଲେ । କିନ୍ତୁ ବେସରକାରୀ ଭାବେ ମୃତାହତ ଓ ବିପନ୍ନଙ୍କ ସଂଖ୍ୟା ଅଧିକ ଥିଲା । ମହାବାତ୍ୟା ଓଡ଼ିଶାର ବିକାଶକୁ ଢେର ପଛକୁ ଠେଲି ଦେଇଛି । ମହାବାତ୍ୟା ପରେ ବିଶ୍ୱର ବିଭିନ୍ନ କୋଣରୁ ଓଡ଼ିଶାକୁ ଛୁଟିଥିଲା ସହାୟତାର ସୁଅ । ସତେ ଯେମିତି ଓଡ଼ିଶା ପାଇଁ ସମଗ୍ର ବିଶ୍ୱ ଏକ ହୋଇଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା