Masthead

ଓଏଏସ ଢାଞ୍ଚାରେ ନିଯୁକ୍ତି ହେବେ ଶିକ୍ଷକଶିକ୍ଷୟିତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏଣିକି ଓଏଏସ ଢାଞ୍ଚାରେ ନିଯୁକ୍ତି ହେବେ ଶିକ୍ଷକଶିକ୍ଷୟିତ୍ରୀ । ରାଜ୍ୟରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଭଳି ପ୍ରତିବର୍ଷ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି କରାଯିବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି କରାଯାଇ ହଜାରହଜାର ବିଦ୍ୟାଳୟରେ ନିଯୁକ୍ତି ଦିଆଯିବ । ଏହା ଦ୍ୱାରା ଖାଲି ହେଉଥିବା ପଦ ଶୀଘ୍ର ହେବା ସହ ଶିକ୍ଷକ ଅଭାବ ଦୂର ହେବ । ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ଦିଗରେ ବରିଷ୍ଠ ପଦାଧିକାରୀଙ୍କ ମଧ୍ୟରେ ପ୍ରରମ୍ଭିକ ପର୍ଯ୍ୟାୟରେ ଆଲୋଚନା ହୋଇଥିବାବେଳେ ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି ।

ମାନବ ସମ୍ବଳ ସୁଦୃଢ କରିବାକୁ ସରକାରୀ ସ୍ତରରେ ନକ୍ସା ପ୍ରସ୍ତୁତ କରାଯାଉଛି । ତେବେ ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହେଉ ନଥିବାବେଳେ ଶହଶହ ଶିକ୍ଷକ ଶିକ୍ଷ୍ୟୟିତ୍ରୀ ପ୍ରତିମାସ ଅବସର ନେଉଛନ୍ତି । ଅବସର ସଂଖ୍ୟା ବଢୁଥିବାରୁ ରାଜ୍ୟବ୍ୟାପୀ ଶିକ୍ଷକ ସଙ୍କଟ ଦେଖାଯାଉଛି । ଏହି ବିଷୟକୁ ନେଇ ସରକାରୀ ସ୍ତରରେ କାର୍ଯ୍ୟାରମ୍ଭ ହୋଇଛି ।

ଓଏଏସ ପରୀକ୍ଷା ଯେଉଁଭଳି ଭାବେ ନିୟମିତ ଭାବେ ପ୍ରତିବର୍ଷ କରାଯାଉଛି ସେହି ଢାଞ୍ଚାରେ ଏଣିକି ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି କରିବାକୁ ରାଜ୍ୟସରକାର ପଦକ୍ଷେପ ନେଉଛନ୍ତି । କେଉଁ ବିଦ୍ୟାଳୟରେ କେତେ ଶକ୍ଷକଶିକ୍ଷୟିତ୍ରୀ ଅବସର ନେଉଛନ୍ତି ଓ କେତେ ପଦ ଖାଲି ରହୁଛି ତାର ତଥ୍ୟ ପ୍ରତିବର୍ଷ ଏକତ୍ର କରାଯିବ । ତଥ୍ୟ ଆଧାରରେ ଖାଲିଥିବା ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ