Masthead

ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତିପୀଠ । ବୁଧବାର ବିଲ୍ୱ ବରଣ ପରେ ଗୁରୁବାର ପୂଜା ମଣ୍ଡପରେ ମହାମାୟୀଙ୍କ ଚକ୍ଷୁଦାନ ପର୍ବ ରହିଛି । ମା’ଙ୍କୁ ଚକ୍ଷୁଦାନ କରାଯାଇ ସମସ୍ତ ରୀତିନୀତି ସହ ପୂଜା କରାଯିବ । ତେବେ ଗୁରୁବାର ପୂଜା ମଣ୍ଡପରେ ମାଆଙ୍କର ମହାସପ୍ତମୀ ପୂଜା କରାଯିବ । ଆଜି ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାମପ୍ତମୀ ପୂଜା ରହିଛି । ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଆଧ୍ୟାତ୍ମିକ ଓ ଉତ୍ସାହର ପରିବେଶ ରହିଛି ।

ପୂଜା ପାଇଁ ଭୁବନେଶ୍ୱର, କଟକ ସମତେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । କଟକର ବିଭିନ୍ନ ପୂଜା ମଣ୍ଡପରେ ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଥିବାର ଦେଖିବାକୁ ମିଳିଛି। ଭକ୍ତ ଅତ୍ୟନ୍ତ ଉତ୍ସାହର ସହ ମାଆଙ୍କର ଦର୍ଶନ କରିବାକୁ ଚାହିଁ ରହିଛନ୍ତି । ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ସୁଉଚ୍ଚ ତୋରଣ କରାଯାଇଛି । ଏହା ସାଙ୍ଗକୁ ସମସ୍ତ ସ୍ଥାନ ଆଲୋକମାଳାରେ ଝଲସୁଛି । ନୟାପଲ୍ଲୀ, ସହିଦନଗର, ବମିଖାଲ, ଝାରପଡା, ରସୁଲଗଡ, ବରମୁଣ୍ଡା, ଷ୍ଟେସନବଜାର ଆଦି ପ୍ରମୁଖ ମଣ୍ଡପରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିପରି ସୁରୁଖୁରୁରେ ପୂଜା ସମାପନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ