Masthead

ଦୁର୍ଗାଙ୍କ ଦୁଃଖ କହିଲେ ନସରେ

କଙ୍କଡ଼ାହାଡ଼ (ବଡ଼ ଖବର ବ୍ୟୁରୋ): ଯାହା ଶିଶୁ ବୟସରେ ହୋଇଥିଲା ତାହା ଏବେ ପରିଣତି ବୟସରେ ଭୋଗିବାକୁ ପଡ଼ୁଛି । ନିଜ ଘରୁ ବାହାରି ଗାଁ ରାସ୍ତାରେ ସାଙ୍ଗସାଥୀ ମେଳରେ ବସିବା ହସିବା ମହଙ୍ଗା ପଡିଛି ଦୁର୍ଗାଙ୍କୁ । କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତର ତାରିଣୀପସି ଗ୍ରାମର ୬୫ବର୍ଷିୟ ଦୁର୍ଗା ମାରାଣ୍ଡି । ଜୀବନର ଗତିପଥ ବଦଳିଯାଇଥିଲା ଦୀର୍ଘ୨ବର୍ଷ ହେବ ।

ବାତଜ୍ୱରରେ ପିଡିତ ଥାଇ ହଠାତ୍ ଝୁଣ୍ଟି ପଡିଥିଲେ ବୃଦ୍ଧ ଦୁର୍ଗା । ଡାହାଣ ଗୋଡ ଆଣ୍ଠୁରେ ଆଘାତ ଲାଗିଥିଲା । ସେହିଦିନ ଠାରୁ ଶିଶୁଭଳି ଗୁରୁଣ୍ଡି ଚାଲୁଥିଲେ । ଏପରିକି ପର୍ବ ପର୍ବାଣୀ ବିଲବାଡି,ଦୋକାନ ବଜାର,ମେଳାମହୋତ୍ସବ ନଈ ନାଳ , ପୋଖରୀ ଅଭିଶପ୍ତ ହୋଇ ପଡିଥିଲା । ନିଜେ ରୋଗଗାର କରି ପରିବାର ଚଳାଉଥିବା ଦୁର୍ଗା ଆଜି ପଙ୍ଗୁ ହୋଇଯାଇଛନ୍ତି। ନିଜର ଏକମାତ୍ର ପୁଅ ଗୋଟିଏ ଦିନ କାମ ନକଲେ ପରିବାର ଉପାସ । ପୁଅ ଦେବରାଜ ନିଜ ବାପାଙ୍କପାଇଁ ସମୟ ଦେଇପାରୁନଥିବା ବେଳେ ପ୍ରଶାସନ ପାଖରେ ନିଜର ଗୁହାରୀ ଜଣାଇବା ଅସମର୍ଥ ହୋଇଛି । ଅର୍ଥ ସାଜିଛି ବାଧକ । ଭିନ୍ନକ୍ଷମ ଶିବିର, କେବେ ହେଉଛି, ସରକାରୀ ଯୋଜନା କଣ ତାହା ଜାଣି ପାରୁନାହାନ୍ତି । ଟ୍ରାଇ ସାଇକେଲ ଖଣ୍ଡିଏ ମିଳିପାରିଲେ ଦୁର୍ଗାଙ୍କ ଦୁଃଖ ଦୂର ହୋଇ ପାରିବ ବୋଲି ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା