Masthead

ସରିଲା ଟଙ୍କା ଗଣତି, ମିଳିଲା ୩୪୮ କୋଟି

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିରରେ ଶେଷ ହୋଇଛି ଟଙ୍କା ଗଣତି । ମିଳିଲା ୩୦୫ କୋଟି । ସୁଦପଡ଼ା ମଦ ବ୍ୟବସାୟୀଙ୍କଠାରୁ ମିଳିଥିଲା ୧୭୬ଟି ବ୍ୟାଗ । ଏହି ଟଙ୍କା ଗଣିବାକୁ ଲାଗିଥିଲେ ୨୫ ମେସିନ, ୫୦ କର୍ମଚାରୀ । ୫ ଦିନ ଧରି ଲଗାତାର ଗଣତି ଚାଲିଥିଲା । ରବିବାର ଏହାର ଗଣତି ଶେଷ ହୋଇଛି । ବଲାଙ୍ଗିର, ଟିଟିଲାଗଡ଼, ସମ୍ବଲପୁରରେ ରେଡ ଶେଷ ହୋଇଛି । ୩ଟି ଜାଗାରୁ ମିଳିଛି ୩୪୮ କୋଟି । ବଲାଙ୍ଗିରରୁ ୩୦୫କୋଟି ମିଳିଥିବା ବେଳେ ଟିଟିଲାଗଡ଼ରୁ ୧୧କୋଟି ମିଳିଛି । ସେହିପରି ସମ୍ବଲପୁର ଧନୁପାଲି ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ୩୭ କୋଟି ୫୦ ଲକ୍ଷ ଟଙ୍କା । କେଉଁଠୁ ଆସିଲା ଏତେ ଟଙ୍କା? ଏତେ ଟଙ୍କାର ଉସô କଣ? ଏତେ ପରିମାଣର ଟଙ୍କା କାହାର ତାକୁ ନେଇ ଖୋଳତାଡ ଜାରି ରଖିଛି ଆୟକର ବିଭାଗ । ବଲାଙ୍ଗୀର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ, ବଣ୍ଟି ସାହୁଙ୍କୁ ଧରି ଲଗାତାର ତଥ୍ୟ ଆଦାୟ କରୁଛି ଆଇଟି ଟିମ । ସେପଟେ ଇନ୍ସପେକ୍ଟର ତିୱାରୀ ନାଁକୁ ନେଇ ଚର୍ଚ୍ଚା ହେଉଛି । କିଏ ଏହି ଇନ୍ସପେକ୍ଟର ତିୱାରୀ? ମଦ ବ୍ୟବସାୟ ସହିତ ତାଙ୍କର କଣ ରହିଛି ସମ୍ପୃକ୍ତି? ବଲାଙ୍ଗିର ସୁଦପଡ଼ା ମଦ ଭାଟିରୁ ମିଳିଛି ଟଙ୍କା ଭର୍ତ୍ତି ପଲିଥିନ । ପଲିଥିନରୁ ଜବତ ହୋଇଛି ୫ ଲକ୍ଷ ଟଙ୍କା । ବ୍ୟାଗରେ ଲେଖାଯାଇଛି ଇନ୍ସପେକ୍ଟର ତିୱାରୀଙ୍କ ନାଁ । ତିୱାରୀ କେଉଁ ବିଭାଗର ଇନ୍ସପେକ୍ଟର? ୟେ କିଏ ଏବଂ ମଦଭାଟି ସହ ତାଙ୍କର କ’ଣ ସମ୍ପର୍କ? କିଛି ବର୍ଷ ତଳେ ଅବକାରୀ ବିଭାଗରେ ଉପ ଅଧୀକ୍ଷକ ରାଙ୍କର ଜଣେ ତିୱାରୀ ବାବୁ ଥିଲେ । ମାତ୍ର ସେ ଜିଲ୍ଲାରୁ କେବେଠୁ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ତେବେ ଏ ଇନ୍ସପେକ୍ଟର ତିୱାରୀ କିଏ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼